ଅନୁଷ୍ଠିତ ହେଲା ବଳାଙ୍ଗୀ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସୁନହଟସ୍ଥିତ ବଳାଙ୍ଗୀ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ରତ୍ନାକର ସିଂହଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୂର୍ବାହ୍ଣ ସଭାରେ ମୁଖ୍ୟ ଅତିଥି ଭାବରେ ବାଲେଶ୍ବର ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ ଯୋଗଦେଇ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ନିରନ୍ତର ଅଧ୍ୟବସାୟୀ ହେବାକୁ ପ୍ରେରିତ କରିଥିଲେ। ମୁଖ୍ୟବକ୍ତା ଭାବରେ ବରିଷ୍ଠ ଭେଷଜ ବିଶାରଦ ତଥା ସୁସାହିତ୍ୟିକ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଯୋଗଦେଇ କହିଥିଲେ ଯେ ଜୀବନରେ ଜିଜ୍ଞାସାବୋଧ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶୀର୍ଷ ସୋପାନରେ ଅବତୀର୍ଣ୍ଣ କରାଇଥାଏ।ବରେଣ୍ୟ ଅତିଥି ଅର୍ଥନୀତି ବିଭାଗର ସେବାନିବୃତ୍ତ ପ୍ରଫେସର ଡକ୍ଟର ରମେଶଚନ୍ଦ୍ର ମିଶ୍ର ଯୋଗଦେଇ କହିଥିଲେ ଯେ ବ୍ୟକ୍ତିଗତ ରୁଚିର ସଠିକ ଉପଯୋଗ ତଥା ନିଷ୍ଠାପରତା ଦ୍ୱାରା ଛାତ୍ରଛାତ୍ରୀ ନିଶ୍ଚିତ ସଫଳକାମ ହୋଇପାରିବେ।ଓଡ଼ିଆ ଅଧ୍ୟାପକ ଡକ୍ଟର ସାରଙ୍ଗଧର ତ୍ରିପାଠୀ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିବା ବେଳେ ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା ଶ୍ରୀମତୀ ତନୁଶ୍ରୀ ପୋଥାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏ ଅବସରରେ ରୂପକ କୁମାର ବେହେରା ,ଓମକାର ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଭିନ୍ନ କ୍ରୀଡା ତଥା ସାସ୍କୃତିକ ପ୍ରତିଯୋଗିତାରେ ବିଜେତା ଛାତ୍ରଛାତ୍ରୀମାନଙ୍କୁ
ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।

ଅପରାହ୍ଣରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମନୋଜ କୁମାର ନାୟକ, ଅଜୟ କୁମାର ମହାକୁଡ଼, ସୁରେନ୍ଦ୍ର ପଣ୍ଡା, ବିଶ୍ଵଜିତ ପ୍ରଧାନ, ସନ୍ତୋଷ ପଣ୍ଡା, ପ୍ରବୋଧ କୁମାର ପତି, ସଞ୍ଜୟ କୁମାର ଦେ, ଶ୍ରୀନିତା ଘୋଷ, ସୁରୁଚି ମହାନ୍ତି, ମନସ୍ୱିନୀ ଦାସ, ମନୋଲିନା ଦାସ, ନମିତା ଦତ୍ତ, ପ୍ରହ୍ଲାଦ କୁଁଅର, ସତ୍ୟବ୍ରତ ସାମଲ, ସୁଶାନ୍ତ ଦାସ, ହରେକୃଷ୍ଣ ବାରିକ ରତ୍ନାକର ବେହେରା, ଦେବାଶିଷ ଦାଶ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.