ଗୋଷ୍ଟୀ ଭିତ୍ତିକ ଥଇଥାନ କାର୍ଯ୍ୟକ୍ରମରେ କାର୍ଯ୍ୟରତ ଅଧିକାରୀ ପରାମର୍ଶ ବୈଠକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସଦର ଧୋବାମୁଣ୍ଡା ରେଆର କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଭିନ୍ନକ୍ଷମ ଅଭିଭାବକ ସଂଘ ଓ ରେଆର ସୋନପୁର ତରଫରୁ ଗୋଷ୍ଠୀ ଭିତ୍ତିକ ଥଇଥାନ କାର୍ଯ୍ୟକ୍ରମ ରେ କାର୍ଯ୍ୟରତ ଅଧିକାରୀ ମାନଙ୍କ ଏକ ଦିବସୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ଯୋଗ ଦେଇ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରେଆର ପ୍ରତିଷ୍ଠାତା ସଦସ୍ୟ ଗୌରୀଶ୍ୟାମ ପଣ୍ଡା, ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ, ସୌମ୍ୟ ରଞ୍ଜନ ପାଣିଗ୍ରାହୀ, ବିଶ୍ୱଜିତ ଶତପଥି, ବିନୟ କୁମାର, ଲୁସିକା ନାୟକ, ସୁଶ୍ରୀ ଶ୍ରାବଣୀ କଲସେ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କ ଗୋଷ୍ଟୀ ଭିତ୍ତିକ ଥଇଥାନ, ସାଇକୋଥେରାପି, ବୌଦ୍ଧିକ ଭିନ୍ନକ୍ଷମ ମାନଙ୍କ ଅବସ୍ଥା ଓ ବ୍ୟବହାର ବିଷୟରେ ଆଲୋଚନା କରାଯାଇଥିଲା। ଏଥିରେ ରାଜ୍ୟ ର ବିଭିନ୍ନ ଜିଲ୍ଲାରୁ ପ୍ରତିନିଧି ମାନେ ଯୋଗ ଦେଇଥିଲେ ଶେଷରେ ଅବନୀ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.