ସୁନାଥର ପରମାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସୁନାଥର ଗ୍ରାମରେ ଥିବା ପରମାନନ୍ଦ ଶିଶୁ ବିଦ୍ୟା ମନ୍ଦିର ର ଚତୃବିଂଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠାନ ର ସଭାପତି ପ୍ରମୋଦ କୁମାର ଦାଶ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ପିଙ୍କି ବେହେରା ଉଦଘାଟନ କରିଥିଲା ବେଳେ, ସମ୍ମାନିତ ଅତିଥି ଭାବେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ସ୍ଥାନୀୟ ସରପଞ୍ଚ ଅନିଲ କୁମାର ନାହାକ, ସମିତି ସଭ୍ୟା ନମିତା ବସନ୍ତିଆ, ଭାଟ କୁମରଡ଼ା ସମିତି ସଭ୍ୟ କୋରାନାଥ ସ୍ବାଇଁ, ଶିକ୍ଷାବିତ ଲକ୍ଷ୍ମୀ ଚରଣ ଶତପଥୀ, ସିଆରସିସି ଲକ୍ଷ୍ମୀ ନାରାୟଣ ପାତ୍ର, 37ନଂ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତ ବେହେରା, ଜାମୁନି ସରପଞ୍ଚ ଇନ୍ଦ୍ରଜିତ ନାୟକ, ଶିକୁଳା ସମିତି ସଭ୍ୟ କୁମୁଦ ବେହେରା, ସମାଜ ସେବୀ ତଥା ପୂର୍ବତନ ଜୀବନ ବିନ୍ଦୁ ସହ ସଂଯୋଜକ ନିର୍ମଳ ଚନ୍ଦ୍ର ସାହୁ, ସମାଜ ସେବୀ ଜଗତବନ୍ଧୁ ପଣ୍ଡା, ପୂର୍ବତନ ପୁରୁଷୋତ୍ତମପୁର ବ୍ଲକ ସଭାପତି ଚିତ୍ତ ରଞ୍ଜନ ପାଣିଗ୍ରାହୀ, ହାଣ୍ଡିଘର ସରପଞ୍ଚ ପ୍ରତିନିଧି ବସନ୍ତ ମହାପାତ୍ର, ମୁଖ୍ୟ ବକ୍ତା ସିମାଞ୍ଚଳ ରଥ, ପ୍ରଧାନ ଆଚାର୍ଯ୍ୟ ପିତାମ୍ବର ମହାଙ୍କୁଡ, ମଞ୍ଚାସିନ ଥିଲେ | ଏହା ସହ ଅନେକ ସରପଞ୍ଚ, ସମିତି ସଭ୍ୟ, ବହୁଶିକ୍ଷାବିତ , ବୁଦ୍ଧିଜୀବୀ ମଧ୍ୟ ଉପସ୍ଥିତ ଥିଲେ | ବୈଠକ ଆରମ୍ଭ ରେ ଅତିଥି ମାନେ ଛାତ୍ର, ଛାତ୍ରୀ ଙ୍କ ଉଜ୍ବଳ ଭବିଷ୍ୟତ କାମନା କରି ସେମାନେ ଯେପରି ପିତା, ମାତା ଓ ଦେଶ ମାତୃକାର ନାମ ରଖି ପାରିବେ ତାହା ଉପରେ ଉପଦେଶ ଦେଇଥିଲେ | ସିମାଞ୍ଚଳ ରଥ ପିତା ମାତା ମାନେ ପିଲାମାନଙ୍କୁ କାହା ସହିତ ସାମଞ୍ଜସ୍ୟ ନକରି ତାଙ୍କ ପିଲା କିପରି ଭଲ ପଢ଼ି ଉପଯୁକ୍ତ ସ୍ଥାନରେ ଠିଆ ହୋଇ ଜନ ସାଧାରଣ ଙ୍କୁ କେଉଁ ପ୍ରକାର ସାହାଯ୍ୟ ଯୋଗାଇ ପାରିବ ତାହା ଉପରେ ବୁଝାଇ ଥିଲେ | ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସମସ୍ତ ଗୁରୁଜୀ, ଗୁରୁମା ଓ ଷ୍ଟାଫ ସହିତ ଗ୍ରାମବାସୀ ଯୁବକ ମାନେ ସହଯୋଗ କରିଥିଲେ | ଶେଷରେ ଅନୁଷ୍ଠାନ ର ମୁଖ୍ୟ ଗୋବିନ୍ଦ ନାହାକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରା ଯାଇଥିଲା | ଏବଂ ଛାତ୍ର, ଛାତ୍ରୀଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଉପସ୍ଥିତ ଅତିଥି, ଦର୍ଶକ ଙ୍କ ହୃଦୟ କୁ ସ୍ପର୍ଶ କରିଥିଲା | ବିଭିନ୍ନ କାର୍ଯ୍ୟରେ କୃତିତ୍ୱ ହାସଲ କରିଥିବା ଛାତ୍ର, ଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ସିଲ ପ୍ରଦାନ କରାଯାଇଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.