ଫେବୃୟାରୀ ୨୦ରେ ଆନ୍ଦୋଳନକୁ ଓହ୍ଲାଇବ ୪୮୮ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ପଦୋନ୍ନତି ସହ ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ଭତ୍ତା ଦାବିରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ୪୮୮ବର୍ଗ କଲେଜ ଅଧ୍ୟାପକ-କର୍ମଚାରୀ ସଂଘ ରାଜ୍ୟ ସଂଘର ସଭାପତି ଡ. ପ୍ରଶାନ୍ତ କୁମାର ପ୍ରଧାନ ଙ୍କ ଆହ୍ବାନ କ୍ରମେ ଆସନ୍ତା ୨୦ ତାରିଖ ଗୁରୁବାର ଦିନ ଭୁବନେଶ୍ୱର ଠାରେ ବିଧାନସଭା ଘେରାଉ କରିବା ପାଇଁ ନିଷ୍ପତ୍ତି ନେଇଛି। ୪୮୮ ବର୍ଗ ମହାବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ବିଭିନ୍ନ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ନିଯୁକ୍ତି ପ୍ରାପ୍ତ ବ୍ଲକ୍ ଗ୍ରାଣ୍ଟ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ପଦୋନ୍ନତି ସହ ଚାକିରି ସର୍ତ୍ତାବଳୀ ଓ ପେନସନ ପ୍ରଦାନ ପାଇଁ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାର ସୁଫଳ ଆସିପାରିନାହିଁ।ଏହାସହିତ ୪୮୮ ବର୍ଗରେ ୨୦୧୭ ଅନୁଦାନ ଆଇନ୍ ଅନୁସାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ସମସ୍ତ ଚାକିରି ସର୍ତ୍ତାବଳୀ ଲାଗୁ କରିବା, ୧୯୮୧ ନିୟମ ଅନୁଯାୟୀ ପୁରୁଣା ପେନସନ ଲାଗୁ କରିବା, ୧୯୮୩ ନିୟମ ଅନୁଯାୟୀ ଭବିଷ୍ୟ ନିଧିଖାତା ଖୋଲିବା, ୧୯୭୯ ନିୟମ ଅନୁଯାୟୀ ଏହି ବର୍ଗରେ ବଳବତ୍ତର ଥିବା କ୍ୟାଡ଼ର୍ ଲିଷ୍ଟରେ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଅନ୍ତର୍ଭୁକ୍ତ କରିବା, ଏମ.ଏ.ସି.ପି/ ଆର.ଏ.ସି.ପି ଲାଗୁ କରିବା, କର୍ମଚାରୀଙ୍କ ମୃତ୍ୟୁ ଉପରାନ୍ତ ନିଯୁକ୍ତି ଭିତ୍ତିକ ଥଇଥାନ ବ୍ୟବସ୍ଥା କରିବା, ନିଯୁକ୍ତି ତାରିଖ ଭିତ୍ତିରେ ପ୍ରତ୍ୟକ୍ଷ ଅନୁଦାନ ପ୍ରଦାନ କରିବା ଦାବି ଗୁଡ଼ିକ ପୂରଣ କରିବା ପାଇଁ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ସଭାପତି ପ୍ରଦୀପ କୁମାର ମିଶ୍ର ପ୍ରକାଶ କରିଛନ୍ତି ଏବଂ ନୂତନ ସରକାର ଏହି ସମସ୍ୟା ଗୁଡ଼ିକର ସମାଧାନ ଅଗ୍ରାଧିକାର ଭିତ୍ତିରେ କରିବାପାଇଁ ନିବେଦନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.