ବୁଢ଼ାବାହାଲରେ ଯାଦବ ଭବନ ଉଦଘାଟିତ 

ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଳା ବ୍ଲକ ବୁଢ଼ାବାହାଲ ଛକରେ ଯାଦବ ଭବନ ଉଦଘାଟିତ ହୋଇଛି। ବଲାଙ୍ଗୀର ଜିଲ୍ଲା ଯାଦବ ସଂଘ ସଭାପତି ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ। ପରେ ଭବନ ପରିସରରେ  ବୁଢାବାହାଲ ଯାଦବ ସଂଘ ସଭାପତି ପରମାନନ୍ଦ ହେରନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଲକ୍ଷ୍ମଣ ବାଗ ମୂଖ୍ୟ ଅତିଥି, ବିଶିଷ୍ଟ ଅତିଥି ଭାବେ ଟିଟିଲାଗଡ ବିଧାୟକ ନବିନ ଜୈନ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ଭୋଇ, ପଦ୍ମଶ୍ରୀ ହଲଧର ନାଗ, ରିତାରାଣୀ ହାତୀ, ସରପଞ୍ଚ ସୁବ୍ରତ ନାଗ, ଯୁବ ସଂଗଠକ ପଞ୍ଚା ବଗର୍ତ୍ତି ଓ ବ୍ଲକ ଯାଦବ ସଂଘ ସଭାପତି ମନୋହର ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ସାମ୍ବାଦିକ ଗୋକୁଳାନନ୍ଦ ବଗର୍ତ୍ତି ମଞ୍ଚ ପରିଚାଳନା କରିଥିବାବେଳେ କାର୍ଯ୍ୟକ୍ରମ ଶେଷରେ ଗଜିନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସଇଁତଳା ସାମ୍ୱାଦିକ ସଂଘ ସଭାପତି ତରୁଣ କୁମାର ବେହେରା, ସାମ୍ୱାଦିକ ବିଶାଳ ଅଗ୍ରୱାଲ ଓ ଅବିନାଶ ନନ୍ଦଙ୍କୁ ସମ୍ମାନିତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.