ପୁରୁଷୋତ୍ତମପୁର ଥାନା ଅଧକାରୀ ଓ ଏସ୍ଡ଼ିପିଓଙ୍କ ଦ୍ୱାରା ସହରର ବରିଷ୍ଟ ନାଗରିକଙ୍କୁ ନେଇ ନିଆରା ହୋଲି ଉତ୍ସବ ପାଳନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଂଜାମ ଜ଼ିଲ୍ଲା ପୁରୁଷୋତ୍ତମପୁର ଥାନାରେ ସହରର ବରିଷ୍ଠ ନାଗରିକ, ରାଜନେତା, ସମାଜସେବୀ ଏବଂ ସାମ୍ବାଦିକ ମାନଙ୍କୁ ନେଇ ଏକ ନିଆରା ହୋଲି ଉତ୍ସବ ଥାନା ଆଇଆଇସି ଶ୍ରୀ ରାଜେଶ କୁମାର ନାୟକଙ୍କର ସଂଯୋଜନାରେ ପାଳନ କରାଯାଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଏସଡ଼ିପିଓ ଡା ଦୀପକ କୁମାର ମିଶ୍ର ମଞ୍ଚାସିନ ହୋଇଥିଲେ |

ଏଥିରେ ବରିଷ୍ଠ ନାଗରିକ ସଂଘର ସଭାପତି ଶ୍ରୀ ଅରୁଣ କୁମାର ପଣ୍ଡା, ଉପଦେଷ୍ଠା ପ୍ରଫୁଲ୍ଲ କୁମାର ରଥ ସହିତ ସରକାରୀ ଆଇନଯିବି ଶ୍ରୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ବାର ଆସୋସିଏସନ୍ ସଭାପତି ଶ୍ରୀ ସ୍ଵରାଜ୍ୟ ପାଣିଗ୍ରାହୀ, ପୂର୍ବତନ ସଭାପତି ଶ୍ରୀ ଉପେନ୍ଦ୍ର କୁମାର ପଣ୍ଡା, ଶ୍ରୀ ଅଶୋକ କୁମାର ସାମନ୍ତରାୟ, ଯୁବନେତା ଶ୍ରୀ ସୀତାରାମ ପାଣିଗ୍ରାହୀ ସମେତ ଅନେକ ଆଇନଜୀବୀ ଓ ସହରର ବହୁ ବରିଷ୍ଠ ନାଗରିକ ବୃନ୍ଦ ଏବଂ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ରହିଥିଲେ |

ଏସଡ଼ିପିଓ ଡା ଦୀପକ କୁମାର ମିଶ୍ର ତାଙ୍କ ମନ୍ତବ୍ୟରେ ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ଓ ସେବା ଦେବା ପାଇଁ ସବୁବେଳେ ପୁରୁଷୋତ୍ତମପୁର ଥାନା ପ୍ରତିବଦ୍ଧ ବୋଲି କହିଥିଲେ | ସେ ତାଙ୍କ ମନ୍ତବ୍ୟରେ ବରିଷ୍ଠ ନାଗରିକଙ୍କର ଯେ କୌଣସି ସାମାଜିକ ସମସ୍ୟା କୁ ବିନା ଦ୍ବିଧାରେ ଆମ ପାଖରେ ଜଣାଇବାକୁ ଅନୁରୋଧ କରିଥିଲେ |

ପୋଲିସ ସବୁବେଳେ ସେମାନଙ୍କର ସୁରକ୍ଷା ଓ ସମସ୍ୟାକୁ ସମାଧାନ କରିବାକୁ ପ୍ରାଥମିକତା ଦେବ ବୋଲି କହିଥିଲେ | ଏସଡ଼ିପିଓ ଡା ଦୀପକ କୁମାର ମିଶ୍ର କହିଥିଲେ ନିଜ ଲୋକ ହେଇଥିଲେ ବି ଅନ୍ୟାୟ କୁ ବରଦାସ୍ତ କରାଯିବ ନାହିଁ | ଅନ୍ୟାୟ ସବୁବେଳେ ଅନ୍ୟାୟ ହେଇଥାଏ ତେଣୁ ସେ ସମସ୍ତଙ୍କର ସହଯୋଗ କାମନା କରି ଏକ ସୁସ୍ଥ ସମାଜ ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ |

ଥାନା ଆଇ ଆଇ ସି ଶ୍ରୀ ରାଜେଶ କୁମାର ନାୟକ ତାଙ୍କ ମନ୍ତବ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ପୁରୁଷୋତ୍ତମପୁର ଥାନା ସର୍ବଦା ତତ୍ୱପର ବୋଲି କହିଥିଲେ | ଶ୍ରୀ ଅରୁଣ କୁମାର ପଣ୍ଡା ତାଙ୍କ ଉଦ୍ବୋଧନରେ ବରିଷ୍ଠ ନାଗରିକଙ୍କ ପାଇଁ ସେ ସର୍ବଦା କ୍ରିୟାଶୀଳ ବୋଲି କହିଥିଲେ ଏବଂ ୭୨ ବର୍ଷ ତଳେ ପୁରୁଷୋତ୍ତମପୁର ଏକ ନିର୍ବାଚନ ମଣ୍ଡଳୀ ହୋଇଥିଲା ବେଳେ ଆଗାମୀ ଦିନରେ ପୁଣି ପୁରୁଷୋତ୍ତମପୁର ରେ ନୂତନ ନିର୍ବାଚନ ମଣ୍ଡଳୀ ହେବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ |ସଭାରେ ଥିବା ସମସ୍ତ ବରିଷ୍ଠ ନାଗରିକମାନେ ପୁରୁଷୋତ୍ତମପୁର ପୋଲିସ ଦ୍ୱାରା ଏହି ନିଆରା ପଦକ୍ଷେପକୁ ବହୁ ପ୍ରଶଂସା କରିଥିଲେ |

ଏସଡ଼ିପିଓ ଡା ଦୀପକ କୁମାର ମିଶ୍ର ପୁଣି ଥରେ ପୁରୁଷୋତ୍ତମପୁର ସହର ପାଇଁ ଏକ ନୂତନ ଦାୟିତ୍ୱରେ ଆସିଥିବାରୁ ସମସ୍ତଙ୍କର ମନରେ ଖୁସି ଦେଖିବାକୁ ମିଳିଥିଲା | ଶେଷରେ ଏସଡ଼ିପିଓ ଡା ଦୀପକ କୁମାର ମିଶ୍ର ଓ ଥାନା ଅଧିକାରୀ ସମେତ ସମସ୍ତ ଷ୍ଟାଫ ଓ ବରିଷ୍ଠ ନାଗରିକ ଏବଂ ଆଇନଜୀବୀ ଓ ସାମ୍ବାଦିକ ମାନେ ମିଶି ଭାଇଚାରାର ପର୍ବ ହୋଲିକୁ ବହୁ ଆନନ୍ଦ ଉଲ୍ଲାସରେ ସମସ୍ତେ ଖେଳିଥିଲେ | ଏବଂ ହୋଲି ରଙ୍ଗ ସହିତ ଥାନା ତରଫରୁ ସମସ୍ତଙ୍କୁ ମିଠା ଖୁଆଇଥିଲେ | ପ୍ରଥମ ଥର ପାଇଁ ଅୟୋକିତ ଏହିପରି ହୋଲି କାର୍ଯ୍ୟକ୍ରମକୁ ପୁରୁଷୋତ୍ତମପୁର ସହରବାସୀ ବହୁତ ପ୍ରଶଂସା କରିଥିବାର ଦେଖିବାକୁ ମିଳିଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.