ଫକୀରମୋହନ ବିଶ୍ୱବିଦ୍ୟାଳୟରେ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ପ୍ରଯୋଜିତ ବାଲେଶ୍ୱର ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଓ ବାଲେଶ୍ଵର ନେହେରୁ ଯୁବକେନ୍ଦ୍ର ସଙ୍ଗଠନର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଅଧ୍ୟକ୍ଷତା କରିବା ସହ ଏକ ରାଷ୍ଟ୍ର ଏକ ନିର୍ବାଚନ ବିକଶିତ ଭାରତ ଗଠନରେ ମୁଖ୍ୟ ସହାୟକ ହେବ ବୋଲି ମତ ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ଅଧିକାରୀ ଡ଼କ୍ଟର ପ୍ରତିମା ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ଼କ୍ଟର ଜଗନ୍ନାଥ ବେହେରା କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ପଙ୍କଜ କୁମାର ପାଢ଼ୀ, କାର୍ଯ୍ୟକ୍ରମ ଅଧିକାରୀ ପ୍ରଫେସର ଅମୂଲ୍ୟ କୁମାର ଆଚାର୍ଯ୍ୟ, ବାଲେଶ୍ଵର ନେହେରୁ ଯୁବକେନ୍ଦ୍ର ସଙ୍ଗଠନର ଜିଲ୍ଲା ଅଧିକାରୀ ଏମ. ବିଘ୍ନେଶ ପ୍ରମୁଖ ଯୋଗଦେଇ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଆୟୋଜନର ବୈଶିଷ୍ଟ୍ୟ ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ୧୫୦ ଜଣ ଛାତ୍ରଛାତ୍ରୀ, ପୁରାତନ ଛାତ୍ର ଓ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ ।ଏହାସହିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କୁଳସଚିବ କୁକୁମୀନା ଦାସ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । କାର୍ଯ୍ୟକ୍ରମ ଅଧିକାରୀ ଦ୍ବାରିକାନାଥ ଶତପଥୀ, ରସାନନ୍ଦ ବାଗ, ଅନୁପମ ପ୍ରଧାନ, ପ୍ରେମାନନ୍ଦ ସେଠୀ, ପ୍ରତାପ ବେହେରା ଓ ଅଫିସ ସହାୟକ ତାପସ କୁମାର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବିକ୍ରମ କୁମାର ବାରିକ, ମୌସମ ପାତ୍ର, କିରଣ ଖଟୁଆ, ଶୁଭଲକ୍ଷ୍ମୀ ନାୟକ, ଶୁଭଶ୍ରୀ ସାହୁ ଓ ଇତିଶ୍ରୀ ସାମଲ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ବାଲେଶ୍ଵର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.