ଗୁଣପୁର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବୁରାଟ କ୍ଲଷ୍ଟର୍ର ଗୁଣପୁର ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳରାମ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗାଡେବନ୍ଧ ସରପଞ୍ଚ କବିତା ବାଗ, ସମ୍ମାନିତ ଅତିଥି ଭାବରେ ସମିତି ସଭ୍ୟା ସୁଜାତା ସାହୁ, ୱାର୍ଡ ମେମ୍ବର ଡିଙ୍ଗର ମୁଣ୍ଡା ଓ ଗୌରୀ ମାଝୀ, ପୂର୍ବତନ ଛାତ୍ର ତଥା ଯୁବ ସମାଜସେବୀ ଅଜିତ୍ ସାହୁ, ପୂର୍ବତନ ଛାତ୍ର ତଥା ନବରଙ୍ଗପୁର ଥାନା ଭାରପ୍ରାପ୍ତ ଅଧିକାରୀ (OIC) ଟଙ୍କଧର ମୁଣ୍ଡା, ବିଦ୍ୟାଳୟ ପାଇଁ ଜମି ଦାନ କରିଥିବା ସ୍ବର୍ଗତ ପଦ୍ମନାଭ ଯାନୀଙ୍କ ସୁପୁତ୍ର ଅମର ସିଂ ଯାନୀ, ମୁଖ୍ୟ ବକ୍ତା ରଣିପଟା ଉପ୍ରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଋତୁରାଜ ରଣା, ଗାଡେବନ୍ଧ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ପାଣ୍ଡେ, ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମେନ ଧନୁର୍ଯ୍ୟ ସାହୁ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟ ରେ ଉଦବୋଧନ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟର ସହ ଶିକ୍ଷକ କ୍ଷିତିଶ ଚନ୍ଦ୍ର ମାଝୀ। ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମଞ୍ଚ ପରିଚାଳନା କରିଥିଲେ ବିଶିଷ୍ଟ ମଞ୍ଚ ପରିଚାଳକ ତଥା ଶିକ୍ଷକ ଲଳିତ ମୋହନ ଭୋଇ। ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାରସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ସଦସ୍ୟା ଓ ଗ୍ରାମବାସୀ ବିଶେଷ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.