ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ଖଲିଆ ଭଟ୍ଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ହରପ୍ରିୟା ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଯଦୁମଣି ସିଂ ନାଗ ଙ୍କ ସଭାପତିତ୍ବ କରିଥିଲେ।ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଖଲିଆ ଭଟ୍ଟା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପୁଝାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ଖମାରୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା,ସି ଆର୍ ସି ସି ଦେବାଶିଷ ପଣ୍ଡା, ଜୟପାଟଣା ଶିକ୍ଷକ ସଂଘର ସାଙ୍ଗଠନିକ ସମ୍ପାଦକ ଲଲିତ କୁମାର ନାଏକ ପୁରନ୍ଦର ପୁଝାରୀ, ସାମ୍ବାଦିକ ଦିବ୍ୟ ନାଗ ମଙ୍ଗଲେଶ୍ବରି ସ୍ବୟଂ ସହାୟିକା ଗୋଷ୍ଠୀ ସଭାନେତ୍ରୀ ରତ୍ନାବତି ମାଝୀ, ସମ୍ପାଦିକା ତ୍ରିବେଣୀ ନାଏକ ୱାର୍ଡ଼ ସଭ୍ୟ ଖଦେନ ପୁଝାରୀ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି ଅବସରରେ ଆମ ଖେଳଣା,ଆମ ସଂସ୍କୃତି ବିଜ୍ଞାନ ଓ ଗଣିତ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଛାତ୍ରଛାତ୍ରୀ ଙ୍କୁ ପୁରୁଣା ସଂସ୍କୃତି ସହ ପରିଚିତ ହେବ ସହ ତମାମ ପ୍ରତିଭା ମାନଙ୍କୁ ଅଭିନନ୍ଦନ ସହ ବିଦ୍ୟାଳୟ ର ଉତ୍ତରୋତ୍ତର କାମନା କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପରିଚାଳନା କମିଟିର ସଦସ୍ୟ, ଗ୍ରାମ ବାସୀ ଅଭିଭାବକ ଉପସ୍ଥିତ ରହିଥିଲେ। ଶିକ୍ଷକ ସାରଦା ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଅଜିତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।