ଏସଏସଡ଼ି ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସହଭାଗିତା ଦିବସ

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ଓଡିଶା ସରକାରଙ୍କ ଅନୁସୂଚିତ ଜନ ଜାତି ଓ ଅନୁସୂଚିତ ଜାତି ଉନୟନ ବିଭାଗ ନିର୍ଦେଶରେ ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ଅଧିନସ୍ତ ସରକାରୀ ଉଚ୍ଚ (ଏସ.ଏସ.ଡ଼ି) ବିଦ୍ୟାଳୟ ଠାରେ ଅଭିଭାବକ ସହଭାଗିତା ଦିବସ ପାଳିତ ହୋଇଯାଇଛି | ଏହି ଦିବସ ଟି ବୁଡ଼ାଗୁଡା ସରକାରୀ (ଏସ.ଏସ.ଡ଼ି) ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରହଲ୍ଲାଦ ମାଝି ଙ୍କ ଅଧକ୍ଷତାରେ ହୋଇଥିବା ବେଳେ ଅତିଥି ଭାବେ ଢ଼େପାଗୁଡା ମହିଳା ସ୍ୱାସ୍ଥ୍ୟ କର୍ମି ମିନା କୁମାରୀ ସାମଲ, ବୁଡ଼ାଗୁଡା ସରପଞ୍ଚ ଶ୍ରୀରାମ କାଡ୍ରାକା,ଖବର ଦାତା ପଦ୍ମନଭତ୍ରା ଉପସ୍ଥିତ ରହିଥିଲେ | ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ସମସ୍ତ ସହ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରୀ ନିବାସ ପରିଚାଳିକା ମହିଳା ସ୍ୱାସ୍ଥ୍ୟ ୱାର୍ଡ କର୍ମୀ ଶତାଧିକ ଅଭିଭାବକ ଓ ଅଭିଭାବିକାଙ୍କୁ ବିଦ୍ୟାଳୟର ସହ ଶିକ୍ଷକ ଏସ.ପଟ୍ଟନାୟକ ଅନ୍ତେ ବାସି ଛାତ୍ର ଛାତ୍ରୀ ମାନଙ୍କ ରହଣି କୁ ନେଇ ବହୁ ଉପଦେଶ ମାନ ବଖାଣି ଥିଲେ | ଏହି ପରିପେକ୍ଷି ରେ କୁମାରୀ ସାମଲ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ବହୁତ କଥା କହିଥିବା ବେଳେ ଶ୍ରୀ ଭତ୍ରା ବିଦ୍ୟାଳୟର ପାରିପାର୍ଷିକ ଉନ୍ନତି କିପରି ହୋଇପାରିବ ତାହାରି ଉପରେ ଗୁରୁତ୍ୱ ଦେବା ନେଇ ଉପସ୍ଥିତ ଅତିଥି ମାନଙ୍କୁ ଅନୁରୋଧ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.