ମା ଡୁକରୀ ଲୋକ ମହୋତ୍ସବ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମାଟି ଦେବତାର ମୁଖ୍ୟ ପୂଜନ ପରମ୍ପରା ହେଉଛି ‘ଡୁକରୀ ମହୋତ୍ସବ’ । ଚୈତ୍ରା ଯାତ୍ରା ଭାବରେ ପୂର୍ବରୁ ପରିଚିତି ଲାଭ କରିଥିବା ଏହି ପରମ୍ପରାକୁ ଆହୁରି ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ ଏହି ମହୋତ୍ସବ ଅଞ୍ଚଳବାସୀଙ୍କ ଦ୍ଵାରା ଆରମ୍ଭ କରିବା ସାଂସ୍କୃତିକ ବିପ୍ଳବର ଆଉ ଏକ ବିଶେଷତ୍ଵ ବୋଲି ଟାପରାଙ୍ଗଗଡ ଠାରେ ଆୟୋଜିତ ମା ଡୋକରୀ ମହୋତ୍ସବର ଉଦଘାଟନୀ ସମାରୋହରେ ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି। କଳାହାଣ୍ଡି ଜିଲ୍ଳା ମ.ରାମପୁର ବ୍ଲକ ମାଣିକେରା ପଂଚାୟତରେ ଥିବା ଟାପରେଙ୍ଗ ଗଡ଼ ଠାରେ ପ୍ରଥମ ବର୍ଷର ମାଁ ଡ଼ୋକରୀ ଲୋକ ମହୋତ୍ସବ ଆଜି ମହା ଆଡ଼ମ୍ବରରେ ଉଦଘାଟିତ ହୋଇ ଯାଇଛି। ସକାଳେ ମା ଡୁକରୀ ମନ୍ଦିର ରେ ଜାନି, ଝାକର, ଦେହେରୀ, ପୂଜାରୀ, ପାତର ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା ପରେ ଶୁଭ ଆଜ୍ଞା ନେଇ ମଞ୍ଚରେ ସ୍ଥାପନ ହେଇଥିଲା। ଏହା ପରେ ଷ୍ଟଲ ଉଦ୍ଘାଟିତ ହୋଇଥିଲା। ସନ୍ଧ୍ୟାରେ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ମୁଖ୍ୟ ବକ୍ତା ଡ଼ଃ କୌତୁକ ପନ୍ଦର, ସମ୍ମାନୀତ ଅତିଥି ସାମଜସେବୀ ବିକାଶ ରଞ୍ଜନ ସିଂହଦେଓ, ମାଣିକେରା ସରପଂଚ ଫଗନୁ ପାତ୍ର, ଦେଢ଼ଶୁଳୀ ପଞ୍ଚାୟତର ସମିତି ସଭ୍ୟ ଯଜ୍ଞସେନ ପଣ୍ଡା, ମାଣିକେରା ସମିତି ସଭ୍ୟା ରାଜ କୁମାରୀ ସୁନା, ନୁନପୁର ସମିତି ସଭ୍ୟ ତ୍ରିନାଥ ଜାନୀ, ସମାଜସେବୀ ନବୀନ ପଧାନ, ଯୋଗେନ୍ଦ୍ର ସେନାପତି, ରଘୁନାଥ କମୁରା, ଉପିନ୍ଦ୍ର କୁମୁରା, ଶଙ୍କର ସୁନା ପ୍ରମୁଖ ଉପସ୍ଥିତ ଥିଲେ। ମହୋତ୍ସବ କମିଟୀର ସଭାପତି ଯୋଗେନ୍ଦ୍ର ଧରୁଆ ସଭାପତିତ୍ବ କରିଥିଲେ। ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ। ସଂପାଦକ ହିମାଂଶୁ କୁମରା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସଭାକାର୍ଯ୍ୟ ପରେ କୋଶଳ ଫୋକ ଏକାଡେମୀ ଓ ସ୍ଵପ୍ନାଞଳୀ ଡ୍ୟାନ୍ସ ଏକାଡେମୀ ବଲାଙ୍ଗୀର, ଓ ମିକ୍ସଚର ରାମାୟଣ, ଦେଓ ଗାଁ, ଚନ୍ଦ୍ରପୁର, ବଲାଙ୍ଗୀରର କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ୩୧ ତାରିଖ ଯାଏଁ ବିଭିନ୍ନ ଦିବସରେ ଭିନ୍ନ ଭିନ୍ନ ଅତିଥି,ବକ୍ତାଙ୍କ ଦ୍ୱାରା ଏହି ଅଂଚଳର ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ନେଇ ଆଲୋଚନା କରାଯିବ ଏବଂ ପ୍ରତିିଦିନ ରାତିରେ ସ୍ଥାନୀୟ ଓ ଅତିଥି କଳାକାରଙ୍କ ଦ୍ୱାରା ଲୋକନାଚ, ଲୋକଗୀତର ଆୟୋଜନ ହେବ। ଅପ୍ରେଲ ୧ ତାରିଖ ସକାଳେ ମାଁ ଡ଼ୋକରୀଙ୍କ ଚଇତ୍ରା ଯାତ୍ରା ସହିତ ଏହି ଲୋକ ମହୋତ୍ସବ ଉଦଯାପିତ ହେବ। ତେବେ ପ୍ରଥମ ଥର ପାଇଁ ଟାପରେଙ୍ଗ ଗଡ଼ରେ ଏହି ଅଂଚଳବାସୀଙ୍କ ତରଫରୁ ଏକ ସୁନ୍ଦର କାର୍ଯ୍ୟକ୍ରମର ଆୟୋଜନ ହେଇଥିବାରୁ ଅଞ୍ଚଳବାସୀ କାର୍ଯ୍ୟକ୍ରମ ସଫଳ କରିବା ଦିଗରେ ଖୁବ୍ ଉତ୍ସାହିତ ଅଛନ୍ତି ବୋଲି ମହୋତ୍ସବ କମିଟୀର ବରିଷ୍ଠ ସଦସ୍ୟ ଟଙ୍କଧର ପନ୍ଦର, ମୀନକେତନ ପାତ୍ର, ଅନନ୍ତ ଗୋପାଳ ସାହୁ, ଗୋପାଳ ପାତ୍ର  ପ୍ରମୁଖ ପ୍ରକାଶ କରିଛନ୍ତି। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଆୟୋଜକ କମିଟିର ସଦସ୍ୟ ମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.