ଆଦର୍ଶ ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଆଦର୍ଶ ସରକାରୀ ଉ.ପ୍ରା ବିଦ୍ୟାଳୟ ଶିକ୍ଷା ବର୍ଷର ୨୦୨୪-୨୫ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଯୋଗଦେଇ ଶିଶୁମାନଙ୍କର ସର୍ବାଙ୍ଗୀନ ବିକାଶ ର ମନ୍ତ୍ରପ୍ରଦାନ କରି ଅଭିଭାବକ ଅଭିଭାବିକା ମାନଙ୍କର ସହଯୋଗିତା ଓ ମାଆ ମାନଙ୍କର ନୃତ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବରେ ସୋନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର ଗୁଣାତ୍ମକ ଶିକ୍ଷା ଓ ବାର୍ଷିକ ଉତ୍ସବର ମହତ୍ୱ ଉପରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ବ୍ୟଙ୍ଗ କବି ରସରାଜ ଅଚ୍ୟୁତ ପୁରୋହିତ କବିତା ମାଧ୍ୟମରେ ଶୈକ୍ଷିକ ଦିଗ ଓ ଆଦର୍ଶ ର ମହତ୍ତ୍ୱ ସହିତ ଲଫାପା ଖୋଲିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରତାନନ୍ଦ ଭୋଇ ସ୍ୱାଗତ ଅଭିଭାଷଣ ସହ ବିବରଣୀ ପଠନ କରିଥିବାବେଳେ ଶିକ୍ଷକ ଗିରିଶ କୁମାର ତ୍ରିପାଠୀ ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ସଂଗୀତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲା ବେଳେ ଶିକ୍ଷୟତ୍ରୀ ଅନୁପମା ପାଣ୍ଡିଆ ସ୍ୱାଗତ ଦାୟିତ୍ୱ ଓ କବିତା ପାଢ଼ୀ ପୁରସ୍କାର ପ୍ରଦାନ ଦାୟିତ୍ତ୍ୱ ନିର୍ବାହ କରିଥିଲେ। କୃତୀ ଛାତ୍ରଛାତ୍ରୀ ମାନଙ୍କୁ ବରିଷ୍ଠ ସାମ୍ୱାଦିକ, ସିଆରସିସି ଓ ଅନ୍ୟ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା। ପରେ ପରେ ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମାଆ ମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା। ଏଥିରେ ସମସ୍ତ ସିଆରସିସି, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.