କବି ରମାକାନ୍ତ ରଥ ଥିଲେ କୁହୁକ କଲମର ଅନନ୍ୟ ସ୍ଥପତି, ସ୍ମୃତି ଚାରଣ କଲେ ବାଲେଶ୍ଵରର କବି

‘ଶାନ୍ତକାନନ’ରେ ଫକୀରମୋହନ ସାହିତ୍ୟ ପରିଷଦ ଜଣାଇଲା ଶ୍ରଦ୍ଧାଞ୍ଜଳି

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ କବିତୀର୍ଥ ଶାନ୍ତକାନନ ଠାରେ ଦିବଂଗତ କବି ରମାକାନ୍ତ ରଥଙ୍କ ଉଦ୍ଦେଶ୍ୟରେ ପରିଷଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।

ବରିଷ୍ଠ ସାରସ୍ଵତ ସାଧକ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି ରମାକାନ୍ତ ରଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ନିବେଦନ କରିଥିଲେ। ପରିଷଦର ସଂପାଦକ ଡକ୍ଟର ରତ୍ନାକର ସିଂହ ପ୍ରାରମ୍ଭିକ ସୂଚନା ଦେଇଥୁବା ବେଳେ ଯଶସ୍ୱୀ ଗବେଷକ ଡକ୍ଟର ଶିରୀଶ ଚନ୍ଦ୍ର ଜେନା ବକ୍ତା ଭାବରେ ମଞ୍ଚାସୀନ ଥିଲେ।

ଏହି ଅବସରରେ ରମାକାନ୍ତ ରଥଙ୍କ ସ୍ମୃତି ସମ୍ବଳିତ ‘ହିରଣ୍ମୟ ରମାକାନ୍ତ’ ଶୀର୍ଷକରେ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା। କୋଡ଼ିଏରୁ ଊର୍ଦ୍ଧ୍ବ ସଦସ୍ୟ ଦିବଂଗତ କବିଙ୍କ ପ୍ରତି ନିଜ ନିଜର ଶ୍ରଦ୍ଧାଞ୍ଜଳି ବାଢ଼ି କହିଥିଲେ ଯେ ପାଠକ ଶ୍ରେଣୀ ନିର୍ମାଣ କରିବାରେ ରମାକାନ୍ତ ସିଦ୍ଧହସ୍ତ ଥିଲେ ।

ସେ ପ୍ରଚଣ୍ଡ ଆଶାବାଦୀ ଥିଲେ। ତାଙ୍କ କଲମର କୁହୁକ ସ୍ପର୍ଶ ପାଠକ ସମାଜ ହୃଦୟରେ ଶିହରଣ ଆଣି ଦେଇଥିଲା। ରମାକାନ୍ତ ରଥ ନିଜର ପାର୍ଥିବ ଶରୀର ତ୍ୟାଗ କରିଛନ୍ତି ସତ, ମାତ୍ର ସେ କାଳକାଳକୁ ଜୀବିତ ହୋଇ ରହିବେ ପାଠକଙ୍କର ମାନସରେ, ହୃଦୟରେ ଓ ଚେତନାରେ।

ଯେଉଁମାନେ କବି ରଥଙ୍କ ପ୍ରତି ଶ୍ରଦ୍ଧା ନିବେଦନ ବାଢ଼ିଥିଲେ, ସେମାନେ ହେଲେ ହରିଶ୍ଚନ୍ଦ୍ର ବେହେରା, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ବିମଳ ଜେନା, ଯଶୋଧାରା ଦାସ, ଅରୁଣା ରାୟ, ଅଞ୍ଜଳି ପଣ୍ଡା, ରମାକାନ୍ତ ନାୟକ, ସନ୍ତୋଷ କୁମାର ନାୟକ, ସାରଙ୍ଗଧର ତ୍ରିପାଠୀ, ଦୀପକ ବୋଷ, ଦୀନବନ୍ଧୁ ଲେଙ୍କା, ପ୍ରଦୀପ ଚାଟ୍ଟାର୍ଜୀ, ଦେବଯାନୀ ଦାସ, ଉଦୟ ନାରାୟଣ ଦାସ, ଉତ୍ପଳ ମହାନ୍ତି, ମମତା ମହାପାତ୍ର, ରାଧାରଂଜନ ପଟ୍ଟନାୟକ, ପ୍ରଶାନ୍ତ ଦାସ, ସିତାଂଶୁ ଲେଙ୍କା, ଅଭୟ ଦାସ, କାଳିକିଙ୍କର ଦାସ, ସ୍ମୃତି ଦାସ, ନିବାରଣ ଜେନା, ଚିତ୍ରାରାଣୀ ପାତ୍ର। ଯୁଗ୍ମ ସଂପାଦକ ରାଜେଶ ଗିରି ମଞ୍ଚ ଆବାହନ କରିଥିବାବେଳେ ଅନ୍ୟତମ ଯୁଗ୍ମ ସଂପାଦକ କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.