ଟିକ୍ରାପଡ଼ାରେ ବଜରଙ୍ଗ ଦଳର ଶ୍ରୀରାମ ନବମୀ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ନାମଯଜ୍ଞ ମଣ୍ଡପ ଠାରେ ବିଶିଷ୍ଟ ପ୍ରବଚକ ଲିଙ୍ଗରାଜ ବେହେରା, ବିଶ୍ୱ ହିନ୍ଦୁ ପରିଷଦର ବିଭାଗ ସଭାପତି ନାରାୟଣ ପଣ୍ଡାଙ୍କ ତତ୍ତ୍ୱାବଧାନ ତଥା ଶିବୁନ ଠାକୁରଙ୍କ ସଂଯୋଜନାରେ ବଜରଙ୍ଗ ଦଳ ତରଫରୁ ହେବାକୁ ଥିବା ଶ୍ରୀରାମ ନବମୀ ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଆନନ୍ଦ ପାତ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ | ମହୋତ୍ସବର ସଫଳତା ନେଇ ସମସ୍ତଙ୍କ ସହଯୋଗ କାମନା ସହ କାର୍ଯ୍ୟକ୍ରମ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା | ଶ୍ରୀରାମ ନବମୀ ଦିନ ଅପରାହ୍ନ ୩ଟାରେ ଶିବ ମନ୍ଦିର ପ୍ରାଙ୍ଗଣରେ ସମସ୍ତେ ସମ୍ମିଳିତ ହେବା ପରେ ୪ଟାରେ ନଗର ପରିକ୍ରମା ଆରମ୍ଭ ହେବା ନେଇ ସିଦ୍ଧାନ୍ତ ନିଆଯାଇଥିଲା | ଚନ୍ଦନ ରଣା, ପ୍ରମୋଦ ପାତ୍ର, ପ୍ରେମ ରାଜପଲିଆ, ଅଂଶୁମାନ ରାଜପଲିଆ, ଦୀପକ ପଶାୟତ, ତୁଷାର ବାଗ, ରାହୁଲ ବାଗ, ସାହିଲ ରାଜପଲିଆ, ଟୁକୁ ରଣା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ | ଶେଷରେ ଅମିତ ରାଜପଲିଆ ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.