ସିନାପାଲି ସରକାରୀ ଉଚ୍ଚ ପ୍ରାଥମିକ ଦିବ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସିନାପାଲି ସରକାରୀ ଉଚ୍ଚ ପ୍ରାଥମିକ ଦିବ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଶିଷ୍ଟ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗ ଓ ମୁଖ୍ୟ ବକ୍ତା ଭାବେ ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବିରଷ୍ଠ ପ୍ରଧାନ ଶିକ୍ଷକ ଦେବବ୍ୟାସ ପଧାନ ଯୋଗ ଦେଇ ଛାତ୍ରଛାତ୍ରୀାମନଙ୍କୁ ସତମାର୍ଗରେ ଚାଲି ଭବିଷ୍ୟତରେ ନିଜକୁ ଠିକ ଭାବରେ ଗଠନ କରି ନିଜ ଅଞ୍ଚଳର ବିକାଶ କରିବା ସହିତ ନିଜକୁ ଉଚ୍ଚ ଶିକ୍ଷିତ କରିବାକୁ ଆହ୍ୱାନ ଦେଇଥିଲେ । ସମାମନିତ ଅତିଥି ଭାବେ ସିନାପାଲି ସରପଞ୍ଚ ନଉକେଶ୍ୱର ପୁଟେଲ, କେଗାଁ କ୍ଲଷ୍ଟର ସିଆରସିସି ରଙ୍ଗାଧର ଛତ୍ରିଆ,ଭାଟିପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ କୁମାର ସାହୁ,ଲତାବାଞ୍ଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ବିଜୟନୀ ଭୋଇ ମଂଚାସୀନ ଥିଲେ । ଉକ୍ତ ଅବଶରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଶିକ୍ଷକ ପରିକ୍ଷୀତ ସାହୁ,ତନ୍ମୟ କୁମାର ଦାସ, ଶ୍ରୀମତି ଗୁଣ୍ଡିଚାରାଣୀ ସାହୁ, ନବିନ ବରିହା ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.