ଓଡ଼ିଆ ବାର୍ତ୍ତା/ ମନମୁଣ୍ଡା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଖଟଖଟିଆ କ୍ଲଷ୍ଟର ର ଗୋପାଳମାଳ ସରକାରୀ ୟୁପି ସ୍କୁଲରେ ଗପ ଶୁଣିବା ଓ ଗପ କହିବା କାର୍ଯ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ତ୍ରୀପାଠୀ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଣ୍ଟାମାଳ ବ୍ଲକ କଳାକାର ସଂଘ ସଭାପତି ବାମନ ଚରଣ ମହାନ୍ତି ମୁଖ୍ୟ ଅତିଥି ଏବଂ ସ୍କୁଲ ପରିଚାଳନା କମିଟିର ଉପସଭାନେତ୍ରୀ ପିଙ୍କି ନାଏକ, ବରିଷ୍ଠ ଶିକ୍ଷକ ଶରତ ଗର୍ଡିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ମାନେ ନିଜ ବକ୍ତବ୍ୟରେ କିପରି ଗପ କୁହାଯାଏ ସେହି ବିଷୟରେ ଆଲୋଚନା କରିଥିଲେ। ଶିକ୍ଷକ ସୁଶିଲ ପ୍ରଧାନ ସଭା ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ରୁବିଆ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସ୍କୁଲର ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ ଏକ ଗଳ୍ପ କଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରୀ ରୁପାଞ୍ଜଳୀ କୁଶଳ ପ୍ରଥମ,ପ୍ରିୟଙ୍କା ସାହୁ ଦ୍ଵିତୀୟ ଓ ଲିପୁନ ତ୍ରିପାଠୀ ତୃତୀୟ ସ୍ଥାନ ହାସଲ କରିଥିଲେ। ସମସ୍ତ କୃତି ପ୍ରତିଯୋଗୀ ଏବଂ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।