ସୁବର୍ଣ୍ଣପୁରରେ ରାଷ୍ଟ୍ରୀୟ ନବ ବର୍ଷ ପାଳନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୋନପୁର ରୟାଲ ପଡ଼ିଆ ନିକଟ ବାଲାଜୀ ମନ୍ଦିର ପରିସରରେ ରାଷ୍ଟ୍ରୀୟ ନବବର୍ଷ ପାଳନ ସମାରୋହ ସମିତି ସୁବର୍ଣ୍ଣପୁରର ଜିଲ୍ଲା ସଂଯୋଜକ ଦୀପକ ମହାପାତ୍ରଙ୍କ ପ୍ରୟାସରେ ମହାସମାରୋହରେ ପାଳନ ହୋଇଯାଇଛି। ଏହି ବିଶେଷ କାର୍ଯ୍ୟକ୍ରମରେ ସଂଘର ଅତିଥି ଭାବରେ ଡ. ଅରୁଣ କୁମାର ରଥ ତଥା ଅବସରପ୍ରାପ୍ତ ଇଞ୍ଜିନିୟର ମୁରଲୀ ବେହେରା ସମ୍ବଲପୁର ମହାନଗର କୁଟୁମ୍ବପ୍ରୋବଧନ ପ୍ରମୁଖ ମୁଖ୍ୟ ବକ୍ତା ସହିତ ଆରଏସଏସ ର ଜିଲ୍ଲା ସଂଘଚାଳକ ଦିଲ୍ଲୀପ କୁମାର ତ୍ରିପାଠୀ, ସହ ଜିଲ୍ଲା ସଂଘଚାଳକ ଯାୟଦ୍ରଥ ଜଗଦଲ୍ଳା, ନଗର ସଂଘଚାଳକ ଶିବ ପ୍ରସାଦ ପାତ୍ର ଅନ୍ୟତମ ଅତିଥି ଭାବରେ ଉପସ୍ଥିତ ଥିବା ବେଳେ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସଂଘର ପ୍ରତିଷ୍ଠାତା ଡାକ୍ତର ସ୍ବର୍ଗତ କେଶବ ବଳିରାମ ହେଡଗାୱାରଙ୍କ ଜନ୍ମ ଦିନରେ ଆଦ୍ୟ ସରସଂଘ ଚାଳକ ପ୍ରଣାମ ଦିଆ ଯାଇଥିଲା ପରେ ଦୀପ ପ୍ରଜ୍ଵଳନ ହେଲାପରେ ସଞ୍ଜୟ ମହାପାତ୍ର ଅତିଥି ପରିଚୟ କରିଥିଲେ, ଅଚ୍ୟୁତାନନ୍ଦ ମହାନ୍ତି ସାମୁହିକ ଗୀତ ଗାଇଥିଲେ ଓ ଜଳଦେବ ବରିହା ବ୍ୟକ୍ତିଗତ ଗୀତ ଗାଇଥିଲେ। ବୌଦ୍ଧିକ କାର୍ଯ୍ୟକ୍ରମ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଜିକ ସୋ, ବିଶେଷ ଭାବରେ ଦିବ୍ୟଙ୍ଗ ଭଉଣୀ ମାନଙ୍କ ଗୀତ ଅତି ହୃଦୟ ସ୍ଵପ୍ସି ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ସହ ମାରୱାଡ଼ି ଯୁବାମଞ୍ଚର କାର୍ଯ୍ୟକର୍ତ୍ତା, ଗୋପଳଜୀ ଯୋଗଳୟ, ପତାଞ୍ଜଳି ଯୋଗାଳୟର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଏହା ସହ ସଂଘର ଜିଲ୍ଲା ପ୍ରଚାର ପ୍ରମୁଖ ରଶ୍ମୀ ରଞ୍ଜନ ଦାସ, ଜିଲ୍ଲା ବୌଦ୍ଧିକ ପ୍ରମୁଖ ନାରାୟଣ ସାହୁ, ଜିଲ୍ଲା ସମ୍ପର୍କ ପ୍ରମୁଖ ରାଜେନ୍ଦ୍ର ନାୟକ, ନଗର ପ୍ରଚାର ପ୍ରମୁଖ ରାଜେଶ୍ ସିଂ ସହ ସଞ୍ଜୟ ମହାପାତ୍ର ସହ ବୀର ଶିବାଜୀ ପ୍ରଭାତ ଶାଖାର ମୁଖ୍ୟ ଶିକ୍ଷକ କେଦାର ଦାସଙ୍କ ସମେତ ଅନେକ ସ୍ୱୟଂ ସେବକ ସହଯୋଗ କରି ୪୦୦ରୁ ଅଧିକ ସଂଘ ଶୁଭେଛୁ ଉପସ୍ଥିତ ଥିଲାବେଳେ କାର୍ଯ୍ୟକ୍ରମଟି ସଫଳତାର ସହ ହୋଇଥଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.