ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରାଷ୍ଟ୍ରୀୟ ନବବର୍ଷ ପାଳନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରାଷ୍ଟ୍ରୀୟ ନବବର୍ଷ ପାଳନ ସହ ୩୧ କୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ ଭାରତୀୟ ଶିକ୍ଷା ସଂସ୍କୃତି ଓ ପରମ୍ପରାର ପ୍ରଚାର ଓ ପ୍ରସାରରେ ସତ୍ତ୍ୱେ ସଂଲଗ୍ନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସୋନପୁରର ପ୍ରାଙ୍ଗଣରେ ରାଷ୍ଟ୍ରୀୟ ନବବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦାର ପାବନ ଅବସରରେ ୩୧ କୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ ସମାରୋହରେ ପାଳିତ ହୋଇଯାଇଛି। ସର୍ବପ୍ରଥମେ ଘଣ୍ଟ ,ଶଙ୍ଖ, ମୃଦଙ୍ଗଧୂନୀ ଓ ହୁଳହୁଳି ସହିତ ସୋନପୁର ସହରର ବାଲାଜୀ ମନ୍ଦିରରୁ କଳସ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଏହି ଦିବ୍ୟ କାର୍ଯ୍ୟକ୍ରମ ପୁରୀ ରାମଜୀ ମଠର ମହନ୍ତ ପୂଜ୍ୟ ଶ୍ରୀ ଶ୍ରୀ ବଂଶୀଧର ମହାରାଜ ଜୀଙ୍କର ପାବନ ସାନ୍ନିଧ୍ୟ ଏବଂ ନବପ୍ରଭାବ ବୈଦିକ ଗୁରୁକୁଳର ଅଧ୍ୟକ୍ଷ ଆଚାର୍ଯ୍ୟ ବୃହସ୍ପତିଙ୍କ ବ୍ରହ୍ମତ୍ଵରେ ସମ୍ପନ୍ନ ହୋଇ ପାରିଲା । ଗୁରୁକୂଳର ବ୍ରହ୍ମଚାରୀ ମାନେ ବିଶୁଦ୍ଧ ମନ୍ତ୍ର ଉଚ୍ଚାରଣ କରିଥିଲେ। ଗୁରୁଜୀ/ଗୁରୁମା ଏବଂ ଅଭିଭାବକ ମାନଙ୍କ ସହଯୋଗରେ ସତାଧିକ ଯଜ୍ଞପ୍ରେମୀ ଶ୍ରଦ୍ଧାଳୁ ଭକ୍ତବୃନ୍ଦ ଆହୁତି ପ୍ରଦାନ ପୂର୍ବକ ନବବର୍ଷ ପାଳନ ଓ ବିଶ୍ୱଶାନ୍ତିର କାମନା କରିଥିଲେ। ଅନେକ ସାଧୁସନ୍ଥ ବିଦ୍ଵାନ ମନିଷି ସହରର ଗଣମାନ୍ୟ ସଜ୍ଜନ ମଣ୍ଡଳୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମହାଯଜ୍ଞର ପୂର୍ଣ୍ଣାହୁତି ପରେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ବିଦ୍ୟାଳୟର ଉପ-ସଭାପତି ଡଃ ଗୀତାଞ୍ଜଳି ମିଶ୍ର ,ସଂପାଦକ ଡଃ କୈଳାସ ଚାନ୍ଦ , ସହ-ସଂପାଦକ ଶ୍ରୀ ଘନଶ୍ୟାମ ମିଶ୍ର,କୋଷାଧ୍ୟକ୍ଷ ଶ୍ରୀ ବନମାଳୀ ପଣ୍ଡା, ଡଃ ଦେବେନ୍ଦ୍ର ପଧାନ, ଡଃ ସୌରଭ ରଂଜନ ଖମାରୀ, ଶ୍ରୀ ଶିବ ପାତ୍ର, ଶ୍ରୀ ରାଜେନ୍ଦ୍ର ନାଏକ, ଶ୍ରୀ ପ୍ରମୋଦ ମହାପାତ୍ର, ଶ୍ରୀ ପ୍ରଦୀପ ପୁରୋହିତ ଇତ୍ୟାଦି ମହାନୁଭବ ମଞ୍ଚାସିନ ଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁବାସ ଚନ୍ଦ୍ର ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଏବଂ ସାମୂହିକ ପ୍ରସାଦ ସେବନ ସହିତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.