ଶ୍ରୀ ରାମ ଆଦର୍ଶ ଶିକ୍ଷା ନିକେତନରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ):
ପବିତ୍ର ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ର ପାଳନ ପାଇଁ ପୁରୁଷୋତ୍ତମପୁର ସ୍ଥିତ ଶ୍ରୀ ରାମ ଆଦର୍ଶ ଶିକ୍ଷା ରେ ଛାତ୍ରଛାତ୍ରୀ ତଥା ସ୍ୱୟଂ ସେବକ ମାନଙ୍କର ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା l ନଗର ତଥା ଆଖ ପାଖର ଶତାଧିକ ଯୁବକ ଏକାଠି ହୋଇ ଭାରତ ମାତାକି ଜୟ, ନବ ବର୍ଷର ଅଭିନନ୍ଦନ ଇତ୍ୟାଦି ସ୍ଲୋଗାନ ଦେଉଥିଲେ l ଏହି ଅବସର ରେ ପୁରୁଷୋତ୍ତମପୁର ଖଣ୍ଡ କାର୍ଯ୍ୟ ବାହ ତଥା ପାଟ ପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୀନବନ୍ଧୁ ବେହେରା ମୁଖ୍ୟ ବକ୍ତା ଓ ସ୍ଥାନୀୟ ୟୁନିୟନ ବ୍ୟାଙ୍କ ଶାଖା ପ୍ରବନ୍ଧକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ଦିନର ମହତ୍ୱ ବିଷୟରେ ପିଲାମାନଙ୍କୁ ବୁଝାଇ ଥିଲେ l ଅନୁଷ୍ଠାନ ର ଉଦ୍ୟୋକ୍ତା ତଥା ଖଣ୍ଡ ବୌଦ୍ଧିକ ପ୍ରମୁଖ ଶ୍ରୀଯୁକ୍ତ ରାମଚନ୍ଦ୍ର ପଣ୍ଡା ସଭା ପରିଚାଳନା ସାଙ୍ଗକୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ତଥା ନଗର ରେ ଛେନା ପଣା ସାଙ୍ଗକୁ ସମସ୍ତଙ୍କୁ ଅଭିନନ୍ଦନ ପତ୍ର ବଣ୍ଟନ କରାଯାଇଥିଲା l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.