ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଚାଷୀଙ୍କ ଉନ୍ନତି ସାଧନ ନିମନ୍ତେ କେନ୍ଦ୍ରସରକାର ଏମଏସପି ବୃଦ୍ଧି ସହ ମଣ୍ଡି ବ୍ୟବସ୍ଥାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିଥିବାବେଳେ ରାଜ୍ୟସରକାର ଧାନର ସହାୟକ ମୂଲ୍ୟ ୩୧୦୦ କୁଇଣ୍ଟାଲ ରେ ଧାନ କିଣିସାରିଛନ୍ତି l ମଣ୍ଡି ସରିସାରିଲେଣି ହେଲେ ଏବେବି ଦଲାଲ ଧାନ ବିଭିନ୍ନ ମିଲ କୁ ବେଆଇନ ଭାବରେ ଯାଉଛି ଏପରି ଏକ ବେଆଇନ ଧାନ ଚାଲାଣ ହେଉଥିବା ଦେଖିବାକୁ ମିଳିଛି କୋକସରା ବ୍ଲକ କୁସୁମଖୁଣ୍ଟି ଗଣପତି ରାଇସ ଇଣ୍ଡଷ୍ଟ୍ରିରେ l ପ୍ରତିଦିନ ଗୋଟିଏ ଦୁଇ ଟ୍ରିପ ଧାନ ବେଆଇନ ଚାଲାଣ ହେଉଛି l ଏନେଇ ଟ୍ରାକ୍ଟର ଚାଳକଙ୍କୁ ସାମ୍ବାଦିକ ପ୍ରଶ୍ନ କରିବାରୁ ସମ୍ପୃକ୍ତ ବ୍ୟବସାୟୀ ଡହଗାଁର ବାୟବ୍ୟ ବାଗ ସାମ୍ବାଦିକଙ୍କ ଘରକୁ ଆସି ଧମକ ଦେଇଛନ୍ତି l ମୋ ଭଣଜା ବି ସାମ୍ବାଦିକ, ମୂଁ ସବୁବେଳେ ଛତିଶଗଡକୁ ଚାଲାଣ କରୁଛି ଆଉ କେବେ ମୋ ଗାଡିକୁ ଫଟୋ ଉଠେଇଲେ ତୋର ଭବିଷ୍ୟତ କଣ ହେବ, ମୂଁ ଜଣେ ଗୁଣ୍ଡା, ତତେ ଦେଖିନେବି ବୋଲି ଧମକ ଦେଇଛି l ଏପଟେ ମଣ୍ଡି ସାରିବା ପରେ କୌଣସି ମିଲର୍ସ ଧାନ କିଣି ପାରିବେନାହିଁ ଓ ବେଆଇନ ଧାନ ବ୍ୟବସାୟ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିୟମ ଥିବାବେଳେ ଗଣପତି ରାଇସ ଇଣ୍ଡଷ୍ଟ୍ରିର ଏପରି ବେଆଇନ ଧାନ କିଣାକୁ ପ୍ରଶାସନ କିଭଳି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକିରହିଲା l ଏନେଇ କୋକସରା ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁଙ୍କୁ ପଚାରିବାରୁ ବେଆଇନ ଧାନ କିଣା ଚାଲିଥିବା ଆମ ନଜରକୁ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି l