ସୁବର୍ଣ୍ଣପୁରରେ ଦେବାଙ୍ଗ ସଂପ୍ରଦାୟ ପକ୍ଷରୁ ଉଗାଦି ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଭାରତୀୟ ସଂସ୍କୃତି ଓ ସଭ୍ୟତା ତଥା ଜାତୀୟତାକୁ ରୁଦ୍ଧିମନ୍ତ କରି ରଖିଥିବା ତେଲଗୁ ସମ୍ପ୍ରଦାୟ ପକ୍ଷରୁ ତେଲଗୁ ନବବର୍ଷ ଉଗାଦି ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହୋଇଯାଇଛି। ସ୍ଥାନୀୟ ଢେରାପଡା ଠାରେ ରହିଥିବା ତେଲୁଗୁ ଦେବାଙ୍ଗ (ଢେରା) ସଂପ୍ରଦାୟ ର ଆବାଳ ବୃଦ୍ଧ ବନିତାଙ୍କ ଦ୍ୱାରା ଏହାକୁ ପାଳନ କରାଯାଇ ଦେଶ ତଥା ମାନବ ଜାତିର ମଙ୍ଗଳ ପାଇଁ ସଂକଳ୍ପ ନିଆଯାଇଥିଲା। ଏହି ଅବସରରେ ବିଭିନ୍ନ ପର୍ଯ୍ୟାୟରେ ଡ଼୍ରଇଂ, ରଙ୍ଗୋଲି, ମ୍ୟୁଜିକ୍ ଚେୟାର ଓ ନୃତ୍ୟ ପ୍ରତିଯୋଗିତା ତଥା ବୌଦ୍ଧିକ ଆଲୋଚନା ଚକ୍ର ସହ ବିଚାର ବିମର୍ଷ କରାଯାଇଥିଲା। ଏହି ସମାବେଶରେ ବୁଢ଼ିମା ଯୁବକ ସଂଘ ସଭାପତି ଦିଲ୍ଲୀପ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ଭାବରେ ସୋନପୁର ଉପଜିଲ୍ଲାପାଳ ଡ.ସୋମ୍ୟରୂପା ରଥ ଯୋଗଦେଇ ଆଜିକାର ଏହି ପବିତ୍ର ଦିନରେ ତେଲୁଗୁ ନବବର୍ଷ ଉଗାଦି ପାଳନ ଏକ ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ସୂଚାଇଥାଏ ବୋଲି କହିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଡ. ଆର୍ତ୍ତତ୍ରାଣ ବାବୁ ଓ ବରିଷ୍ଠ ଆଇନଜୀବି ପ୍ରଦୀପ ପୁରୋହିତ ଯୋଗଦେଇ ସୁବର୍ଣ୍ଣପୁର ର ଢ଼େରାପଡାରେ ଦେବାଙ୍ଗ ସମ୍ପ୍ରଦାୟ ପକ୍ଷରୁ ଉଗାଦୀ ପର୍ବ ପାଳନ ପାଇଁ ଯେଉଁ ଉତ୍ସାହର ସହ ମହିଳା ଓ ପୁରୁଷଙ୍କ ସଂପୃକ୍ତି ରହିଛି ତାହା ସମସ୍ତଙ୍କ ପାଇଁ ଅନୂକରଣୀୟ ବୋଲି ଉଲ୍ଲେଖ କରିଥିଲେ। ଏ ଅବସରରେ ଅନୁଷ୍ଠିତ ହୋଇଥିବା ନୃତ୍ୟ ପ୍ରତିଯୋଗିତା ଜୁନିଅରରେ କେ. ଆରାଧ୍ୟା ଅଂଶିକା, ବି.ସଞ୍ଜନା, ବି.ଦିକ୍ଷିତା ଯଥାକ୍ରମେ ପ୍ରଥମ ଦ୍ବିତୀୟ ତୃତୀୟ ହୋଇଥିବା ବେଳେ ସିନିଅର ବିଭାଗରେ କେ. ସାଇସରଣ୍ୟା, ଅନିମେଶ, ଅନିକେତ, ସ୍ଵେତା ତନୁଜା ମ୍ୟୁଜିକ ଚେୟାରରେ ବାଳକ ଟି.ସାଇ ରାଓ, ଆଦିତ୍ୟ ପାତ୍ର, ଏସ୍ ଆୟୁଷ୍ମାନ ବାଳିକା ବିଭାଗରେ ପୂଜା ପାତ୍ର, ସ୍ଵେତା ପାତ୍ର, ବି. ପୂର୍ବା ଓ ଡ୍ରଇଂରେ ଅଦିତି ପାତ୍ର, ଆଦିତ୍ୟ ଓ ବିନାୟକ ସେହିପରି ରଙ୍ଗୋଲିରେ ସ୍ଵାତି ପାତ୍ର, ବି.ଐଶ୍ଵର୍ୟା ପ୍ରିୟଦର୍ଶିନୀ, ବି.ସଞ୍ଜନା ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ହୋଇ ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ ଜନ୍ମେଜୟ ପାତ୍ର, ବି. ସତ୍ୟ ନାରାୟଣ ରାଓ, ଶ୍ୟାମ ସୁନ୍ଦର ପାତ୍ର ଓ ଅରକ୍ଷିତ ପାତ୍ର ପ୍ରମୁଖ ପରିଚାଳନା କରିଥିଲା ବେଳେ ବୁଢୀମା କ୍ଲବର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିବା ସହ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.