ଧରପଗଡ଼ ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା

ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଧରପଗଡ଼ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି | ଅଧିକ ଋଣ ପ୍ରଦାନ କରି ଚାଷୀଙ୍କ ଆର୍ଥିକ ଉନ୍ନତିରେ ପେକ୍ସ କିଭଳି ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇ ପାରିବ ସେନେଇ ଆଲୋଚନା ସହ ବାର୍ଷିକ ବଜେଟର ହିସାବ ଦିଆଯାଇଥିଲା | ପେକ୍ସ ସଭାପତି ଡ଼ିକି କୁଅଁର ସଭାରେ ସଭାପତିତ୍ବ କରିଥିଲେ | ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା ସମବାୟ ସମିତିର ପରିଚାଳନା କମିଟି ସଦସ୍ୟ ରାଜକିଶୋର ଡାଙ୍ଗ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଗୀତାଞ୍ଜଳି ପଣ୍ଡା, ସମିତି ସଭ୍ୟ ରାକେଶ ନାୟକ, ପେକ୍ସ ସମ୍ପାଦକ ଅଦିତ୍ୟ ଭୋଇ, ବରିଷ୍ଠ ବିଜେପି ନେତା ମହେନ୍ଦ୍ର ଠାକୁର, ପୂର୍ବତନ ସରପଞ୍ଚ ସତ୍ୟାନାରାୟଣ ପଣ୍ଡା, ପରମେଶ୍ୱର ଦୀପ, ସୁଦର୍ଶନ ନାଗ କପୁର୍ଚ୍ଚନ ଭୋଇ, ପୂର୍ବତନ ସରପଞ୍ଚ ପ୍ରେମରାଜ ପାଣ୍ଡେ ଯୋଗଦାନ କରିଥିଲେ | ପେକ୍ସ ସଦସ୍ୟ ନନ୍ଦୁଲାଲ ପ୍ରଧାନଙ୍କ ସମେତ ବହୁ ଚାଷୀ ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.