ପ୍ରାଥମିକ କୃଷି ସମବାୟ ସମିତି ନିଶାଣପୁରର ନୂତନ ପଞ୍ଜିକୃତ କାର୍ଯ୍ୟାଳୟ ଉଦଘାଟିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ନିଶାଣପୁର ପ୍ରାଥମିକ କୃଷି ସମବାୟ ସମିତି (ଫ୍ୟାକ୍ସ) ର ନୂତନ ପଞ୍ଜିକୃତ କାର୍ଯ୍ୟାଳୟ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଉଦଘାଟିତ ହୋଇଯାଇଛି। ଶାନ୍ତପୁର ସମବାୟ ସମିତିର କାର୍ଯ୍ୟରତ ସଭାପତି ମୋତି ପ୍ରିୟା ସାହୁଙ୍କ ନେତୃତ୍ବରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଯୋଗଦେଇ କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ପୂର୍ବତନ ବିଧାୟକ  କୁମରମଣି ଶବର, ନିଶାଣପୁର ସରପଞ୍ଚ କୋଶଲ୍ୟା କରୁଆଁ, ନିଶାଣପୁର ପ୍ରାଥମିକ କୃଷି ସମବାୟ ସମିତି ସଭାପତି ଅମର ଦାସ ରଣା, ଡାଇରେକ୍ଟର କେଦାରନାଥ ରଣା, ସଂଯୋଜକ ତୁଳସୀ ଦାସ ରଣା, ସମବାୟ ସମିତିର ସଭ୍ୟ କ୍ଷିତିଶ ମହାପାତ୍ରଙ୍କ ସମେତ ଶତାଧିକ କୃଷକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଶ୍ୟାମସୁନ୍ଦର ପଧାନ ପରିଚାଳନା କରିଥିବାବେଳେ ଶାନ୍ତପୁର ସମବାୟ ସମିତିର ସମ୍ପାଦକ ଶୁଶାନ୍ତ ବିଶି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.