ପରବାଙ୍ଗି ମହିମା ମେଳା ମହୋତ୍ସବ-୨୦୨୫ ଉଦଯାପିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପରବାଙ୍ଗି ସ୍ଥିତ ସତ୍ୟ ମହିମା ଆଶ୍ରମରେ ଚାଲିଥିବା ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମହିମା ମେଳା ମହୋତ୍ସବ-୨୦୨୫ ମଙ୍ଗଳବାର ସକାଳୁ ଉଦଯାପିତ ହୋଇଛି। ମଠାଧୀଶ ସାଧୁ ପ୍ରଭାକର ଦାସଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ଏନେଇ ଆୟୋଜିତ ବ୍ରହ୍ମଯଜ୍ଞର ପୌରହିତ୍ୟ କରିଥିଲେ ବ୍ରହ୍ମ ଅବଧୂତ ଭଗବାନ ଦାସ। ବ୍ରହ୍ମ ଅବଧୂତ ମଦନ ବାବା, ବ୍ରହ୍ମ ଅବଧୂତ ସୁରେଶ ବାବାଙ୍କ ସମେତ ସାଧୁ ବିପିନ ଦାସ, ସାଧୁ ଉଦ୍ଧବ ଦାସ, ସାଧୁ ସଦାନନ୍ଦ ଦାସ, ସାଧୁ ଝସକେତନ ଦାସ, ସାଧୁ ଇନ୍ଦ୍ରମଣି ଦାସ, ସାଧୁ ବିଦୁର ଦାସ, ସାଧୁ କୁମୁଦ ଦାସ ପ୍ରମୁଖ ବ୍ରହ୍ମଯଜ୍ଞ ପରିଚାଳନା କରିଥିଲେ। ଏହି ଅବସରରେ ବୈଦ୍ୟରାଜ ଭକ୍ତ ପବିତ୍ର ଶବର ଆଶ୍ରମର ନବ ନିର୍ମିତ ଧୂନି ମଣ୍ଡପର ଶୁଭ ଉଦଘାଟନ କରିଥିଲେ। ଏଥିରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ସ୍ଥିତ ସତ୍ୟ ମହିମା ସଂସ୍କୃତ ବିଦ୍ୟାପିଠର ପ୍ରଧାନ ପଣ୍ଡିତ ଅକ୍ଷୟ କୁମାର ତ୍ୟାଗିଙ୍କ ସମେତ ଅନେକ ସାଧୁସନ୍ଥ ଉପସ୍ଥିତ ଥିଲେ। ରବିବାର ସକାଳ ୮ ଘଣ୍ଟା କଳସ ଯାତ୍ରା, ସନ୍ଧ୍ୟା ୬ ଘଣ୍ଟା ବ୍ରହ୍ମଧୂନି ସ୍ଥାପନ ଓ ଯଜ୍ଞାରମ୍ଭ, ରାତ୍ର ୮.୩୦ ପ୍ରବଚନ, ଅହୋରାତ୍ର ନାମ ଭଜନ, ଖଞ୍ଜଣି ଭଜନ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା। ସୋମବାର ବ୍ରାହ୍ମ ମୂହୁର୍ତ୍ତରେ ମହାପ୍ରସାଦ ଅର୍ପଣ, ଦିବା ‌୮ଘଣ୍ଟା ଭଜନ ଓ ପ୍ରବଚନ ଅନୁଷ୍ଠିତ ହୋଇଛି। ମଙ୍ଗଳବାର ସକାଳେ  ପୂର୍ଣାହୁତି ସହ ୨୦୨୫ ମହିମା ମେଳା କାର୍ଯ୍ୟକ୍ରମର ସମାପନ ହୋଇଛି। ଏହି ମେଳାରେ ବ୍ରହ୍ମଯଜ୍ଞ ସହ ଚୁଡ଼ାକରଣ, ମୁଣ୍ଡନ, ସଂସ୍କାର ଆଦି ବିଭିନ୍ନ କାର୍ଯ୍ୟକ୍ରମ ଚାଲିଥିଲା। ଏଥିରେ ମହିମା ଧର୍ମାବଲମ୍ବୀ ସିଦ୍ଧ, ସାଧୁ, ବୈରାଗୀ ଓ ୧୫ ଗୋଟି ଜିଲ୍ଲାରୁ ଭକ୍ତବୃନ୍ଦ ଯୋଗ ଦେଇଥିଲେ। ବ୍ରହ୍ମଯଜ୍ଞ ଓ ଭଜନ ଦେଖିବାସହ ପ୍ରବଚନ ଶ୍ରବଣ କରିବାକୁ ପ୍ରବଳ ଜନସମାଗମ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.