ଦେଣ୍ଡରବାହାଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଦେଣ୍ଡରବାହାଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପୁଷ୍ପକ କୁମାର ମହାନ୍ତିଙ୍କ ଅଧକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରୁପ୍ରାରୋଡ୍  ସରପଞ୍ଚ ହେମନ୍ତ ଭୋଇ, ମୁଖ୍ୟ ବକ୍ତା ଭାବେ ଭୀମକେଲା ସିଆରସିସି ବିଜୟ ସୁନା, ସମ୍ମାନିତ ଅତିଥି ଭାବରେ ରୁପ୍ରାରୋଡ୍ ଗ୍ରାମ ପଞ୍ଚାୟତର ୱାର୍ଡମେମ୍ବର ଖଗେଶ୍ବର ସୁନା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦୁଲ୍ଲଭ ମାଝୀ, ନୀଳାଞ୍ଚଳ ନିହାଲ ଏବଂ ଚୁମନ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ଶିକ୍ଷକ ଶରତ କୁମାର ଭୋଇ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଭୀମକେଲା କ୍ଲଷ୍ଟରର ଶିକ୍ଷକ କେଶରୀ ସାହୁ, ଦାସ ମାଝୀ, ସୁରେଶ କୁମାର ଶର୍ମା, ଜନ୍ମେଜୟ ମାଝୀ, ଡୋଳାମଣି ସାହୁ, କୁମୁଦ ଚନ୍ଦ୍ର ନାଏକ, ଈଶ୍ୱର ଚନ୍ଦ୍ର ନାଏକ, ଡମ୍ବରୁଧର ମାଝୀ,  ବଂଶୀଧର ନାଏକ, ମହେନ୍ଦ୍ର କୁମାର ଶବର, ସାଧୁରାମ କରୁଆଁ,  ଭରତ ଚନ୍ଦ୍ର ଭୋଇ, ଆହ୍ଲାଦିନି ପଟେଲ, ମୀନକେତନ ତାଣ୍ଡି, ସୁଶ୍ରୀ ସସ୍ମିତା ମାଝୀ, ସୁରେଶ କୁମାର ପଧାନ, ପୂଜା ମଞ୍ଜରୀ ନାଏକ ଏବଂ ପିତାମ୍ବର ନାଏକ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଗ୍ରାମବାସୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.