ରଣଝାଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍କଳ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକର ରଣଝାଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍କଳ ଦିବସ ପାଳନ ହୋଇଯାଇଛି। ଉତ୍ସବକୁ ସ୍ମରଣୀୟ କରିବାକୁ ଏହି ବିଦ୍ୟାଳୟ ପରିସରରେ ପୁରୀସ୍ଥିତ ଉତ୍କଳ ସ୍ୱାଭିମାନ ମଞ୍ଚର ସହଯୋଗରେ ତିନିଜଣ ବରପୁତ୍ର ମଧୂବାବୁ, ଗୋପନ୍ଧୁ ଓ ନେତାଜୀ ସୁଭାଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। ପ୍ରଧାନ ଶିକ୍ଷକ ବୀର ବେହେରା, ଶିକ୍ଷକ ରବୀନ୍ଦ୍ର ବେହେରା, ପବିତ୍ର ମୋହନ ଜେନା, ସୋନିଆ ମଣି ଦାଶ ଓ ବିଦ୍ୟାଳୟ ଏସ ଏମ ସି ସଭାପତି ସୁଦାମ ଗୌଡ଼ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ପୂର୍ବତନ ବିଇଓ ହରେକୃଷ୍ଣ ପଣ୍ଡାଙ୍କ ସଂଯୋଜନାରେ ହୋଇଥିବା ସଭାରେ ସ୍ୱାଭିମାନ ମଞ୍ଚର ସଭାପତି ରାଧାକୃଷ୍ଣ ଦାଶ, ସଦସ୍ୟ ବାସୁଦେବ ସାହୁ, ଅର୍ଜ୍ଜୁନ ପରମଗୁରୁ, ସବୁଜ ମିଶ୍ର, ହୟଗ୍ରୀବ ତ୍ରିପାଠୀ ଓ ଛତ୍ରପୁରର ପ୍ରାକ୍ତନ ଡି ଆଇ ନିରଞ୍ଜନ ତ୍ରିପାଠୀ ଅତିଥି ଭାବେ ଉପସ୍ଥିତ ହୋଇ ଉତ୍କଳ ଦିବସର ମହତ୍ତ୍ୱ ବୁଝାଇବା ସହିତ ବରପୁତ୍ର ମାନଙ୍କର ଜୀବନୀ ପାଠ କରିବାର ଆବଶ୍ୟକତା ବୁଝାଇଥିଲେ। ବରପୁତ୍ର ମାନଙ୍କର ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ପାଳନ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କର ଚାରିତ୍ରିକ ଉନ୍ନତି ହେବା ସହିତ ସେମାନେ ଉତ୍କଳର ଯୋଗ୍ୟତମ ସନ୍ତାନ ରୂପେ ବାହାରିବେ ବୋଲି ମତ ଦେଇଥିଲେ। ଶିକ୍ଷୟିତ୍ରୀ ତଥା ସାହିତ୍ୟିକା ଜ୍ୟୋତ୍ସ୍ନା ରାଣୀ ଦେବୀଙ୍କ ଶିଶୁ ଗଳ୍ପ ସଂକଳନ ‘ସୁନାପରି’ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଗାଳ୍ପିକା ପୁସ୍ତକ ସମ୍ପର୍କରେ ସ୍ୱମତ ପୋଷଣ କରିଥିଲେ। ଶିକ୍ଷକ ବିଘ୍ନରାଜ ମହାପାତ୍ର ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମଦନ ମୋହନ ଦାଶ, ରାମକୃଷ୍ଣ ପଟ୍ଟନାୟକ, ବିନୋଦ ବେହେରା ଓ ଅର୍ଚ୍ଚନା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ। ଏହି ଅବସରରେ ପିଛୁଳି ଉପ୍ରା ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ତ୍ରିନାଥ ପାତ୍ର ଓ ବଡଖରିଡ଼ା ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ ସେଠି ନିଜ ନିଜ ବିଦ୍ୟାଳୟରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଉତ୍କଳ ସ୍ୱାଭିମାନ ମଞ୍ଚର ସହଯୋଗ କାମନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.