ଉଲିକୁପା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ମୂଖ୍ୟମନ୍ତ୍ରୀ ପୋଷଣ ଯୋଜନା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଉଲିକୁପା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଉତ୍କଳ ଦିବସ ଅବସରରେ ମୂଖ୍ୟମନ୍ତ୍ରୀ ପୋଷଣ ଯୋଜନା (ନବମ ଓ ଦଶମ ଶ୍ରେଣୀ ଛାତ୍ର ଓ ଛାତ୍ରୀ ପାଇଁ) ପୃଷ୍ଟିକର ଖାଦ୍ୟକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଭବାନୀ ପ୍ରସାଦ ନାଏକଙ୍କ ତତ୍ତ୍ଵାବଧାନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଦିପାଞ୍ଜଳୀ ଶବର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦେବେନ୍ଦ୍ର ଶବର, ବରିଷ୍ଠ ଶିକ୍ଷକ କିଶୋର ଚନ୍ଦ୍ର ବେହେରା, ପର୍ଶୁରାମ ସାହୁ, ଜିତେନ୍ଦ୍ର ବିଶ୍ଵାଳ, ଅଶେଷ ନାଏକ, ଅଙ୍କିତ ଖମାରୀ,ଦୀପକ ମଲ୍ଲିକ, ପ୍ରହଲ୍ଲାଦ ଡାକୁଆ, ଦମୟନ୍ତୀ ମାଝୀ, ଚନ୍ଦ୍ରୀକା ରଣା, ମାଁ ମାଣିକେଶ୍ଵରୀ ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ମୂଖ୍ୟ ଅତିଥି ଉତ୍କଳ ଦିବସ ପାଳନ ଅବସରରେ ସମସ୍ତଙ୍କୁ ଉତ୍କଳର ବିକାଶ ପାଇଁ ଶପଥ ନେବା ପାଇଁ ପରାମର୍ଶ ଦେଇଥିଲେ ଓ ରାଜ୍ୟ ସରକାରଙ୍କ ମୂଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ କରିଥିବାରୁ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଅନିଳ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.