ବିଶ୍ୱ ରେଡକ୍ରସ ଦିବସରେ ରକ୍ତଦାନ ଶିବିର ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଆଜି ବିଶ୍ୱ ରେଡକ୍ରସ ଦିବସ ତଥା ରେଡକ୍ରସ ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ ଙ୍କ ଜନ୍ମବାର୍ଷିକୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ କେନ୍ଦ୍ର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶ ଶୁଭ ଉଦ୍ଘାଟନ କରି ରକ୍ତଦାତା , ରେଡକ୍ରସ ସଦସ୍ୟା, କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ। ସିଡ଼ିଏମଓପିଏଚଓ ଡ଼ା ପ୍ରଦୀପ କୁମାର ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଏଡିଏମଓ ଡ଼ା ଦୁର୍ଗାଦତ୍ତ ଦାଶ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ, ରେଡକ୍ରସ୍ ସଂପାଦକ ସଂଗ୍ରାମ କିଶୋରୀ ଜେନା, ବ୍ଲଡ ବ୍ୟାଙ୍କ ଅଫିସର ମାନସ ରଞ୍ଜନ ଦାଶ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡିପିଓ ବିଶ୍ଵନାଥ ନାୟକ, ଆଲୋକ ଦାଶ, ଏସବିଆଇଆରଟିସି ନିର୍ଦ୍ଦେଶିକା ଚୁଳେଶ୍ୱରି ଦାଶ, ସ୍ଵାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ସ୍ବେଛାସେବୀ ଶ୍ରୀବତ୍ସ ମଲ୍ଲିକ, ସାୟଦ ଅଲିମୁଲ୍ ଇସଲାମ, ମନୋରଞ୍ଜନ ତ୍ରୀପାଠୀ, ମନୋଜ ପଣ୍ଡା, ସୁଶାନ୍ତ ସାହୁ ପ୍ରମୂଖ ରେଡକ୍ରସ ସଦସ୍ୟ, ସ୍ବଚ୍ଛ ଭାରତ ସଙ୍ଗଠନ, ବିଭିନ୍ନ ସଂଗଠନ କର୍ମକର୍ତା ମାନେ ମଧ୍ୟ ଏଥିରେ ସକ୍ରିୟ ସାମିଲ୍ ହୋଇ ସହଯୋଗ କରିଥିଲେ। ଆସିଷ୍ଟାଣ୍ଟ କଲେକ୍ଟର ଜ୍ୟୋତିର୍ମୟୀ ମଲ୍ଲିକ, ଏମଭିଆଇ ରଶ୍ମି ରଞ୍ଜନ ସାହୁ, ଛାତ୍ରୀ ଶ୍ବେତାପ୍ରଜ୍ଞା ପଣ୍ଡା, ଏସବିଆଇଆରଟିସି ର ଅନେକ ଛାତ୍ରୀ ଯୋଗ ଦେଇଥିବା ବେଳେ ସମୁଦାୟ ୪୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ରକ୍ତକେନ୍ଦ୍ର ର ଟେକ୍ନିସିଆନ୍ ଜଗତ୍ ଦରୁଆନ, ଟିଟୁ ଭୋଇ, ସୁଶାନ୍ତ ନାୟକ, ରେବତୀ ମହାପାତ୍ର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.