ଯୁକ୍ତ ଦୁଇ ବିଜ୍ଞାନ ତରଭା ବ୍ଲକ୍ ଓଏଭି ଟପ୍ପର ହେଲେ ପ୍ରଦ୍ୟୁମ୍ନ ଦାସ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଚଳିତ ବର୍ଷ ୨୦୨୪/୨୦୨୫ ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୁକ୍ତ ଦୁଇ ସିବିଏସଇ ବିଜ୍ଞାନ ବିଭାଗ ପରୀକ୍ଷା ରେ ୯୨.୬ ପ୍ରତିଶତ ମାର୍କ ରଖି ପ୍ରଦ୍ୟୁମ୍ନ ଦାଶ ହେଲେ ତରଭା ବ୍ଲକ ଟପ୍ପର ହୋଇଛନ୍ତି। ଶ୍ରୀମାନ ଦାଶ ତରଭା ଶ୍ରୀହରି ବିଦ୍ୟାଳୟ ଠାରେ ଏଲକେଜି ରୁ ପଞ୍ଚମ ଶ୍ରେଣୀ ଯାଏ ଓ ଷଷ୍ଠ କ୍ଲାସ ରୁ ଦଶମ ଶ୍ରେଣୀ ଯାଏ ସବୁବେଳେ ବ୍ଳକ୍ ଲେବେଲରେ ଟପ୍ପର ହୋଇ ଆସିଥିଲେ। ତରଭାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟତ୍ରୀ ସନ୍ତୋଷିନୀ ମାହାଣା ଓ ବ୍ୟବସାୟୀ କୃଷ୍ଣଚନ୍ଦ୍ର ଦାଶଙ୍କ ସୁ-ପୁତ୍ର ଅଟନ୍ତି ଶ୍ରୀମାନ ଦାଶ। ସେ ଆଗକୁ “ଆଇଜର” ଗବେଷଣା କ୍ଷେତ୍ରରେ ଶିକ୍ଷାଲାଭ କରିବା ଲକ୍ଷ୍ୟ ରଖିଥିବା ବିଷୟ ଆମ ପ୍ରତିନିଧିଙ୍କୁ ପ୍ରକାଶ କରିଥିବା ବେଳେ ଏ ସଫଳତା ଖବର ପରେ ତାଙ୍କୁ ସାରା ଜିଲ୍ଲାରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ଜଣାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.