ମହିଳା ପୋଲିସ ଏସଆଇଙ୍କ ନାମରେ ଜାତିଆଣ ଅଭିଯୋଗ କଲେ ନର୍ଲା ଦଳିତ ସମ୍ପ୍ରଦାୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଏସଆଇ ବିଳାସିନୀ ଭୋଇ ଜଣେ ଦଳିତ ସମ୍ପ୍ରଦାୟର ଯୁବକ ଲଇତରା ଗ୍ରାମର ପୀତବାସ କୁମାରଙ୍କୁ ଜାତିଆଣ ଆକ୍ଷେପ କରିଥିବା ଓ ମାଡ଼ ମାରିଥିବା ନେଇ ନର୍ଲା ଦଳିତ ସମ୍ପ୍ରଦାୟ ତରଫରୁ ସୋମବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ନର୍ଲା ଦଳିତ ସଂପ୍ରଦାୟ ସଙ୍ଗଠନର ବରିଷ୍ଠ ସଦସ୍ୟ ବାଗପୁରର ପୂର୍ବତନ ସରପଞ୍ଚ ତଥା ନର୍ଲା ଜିଲ୍ଲା ପରିଷଦ ଲିଲି ଦୀପଙ୍କ ପ୍ରତିନିଧି ବରୁଣ ନାଏକ, ମନୋହର ନାଏକ, ଭୂପେନ ନାଏକ, ଜସ୍ମିନ ନାଏକଙ୍କ ସମେତ ୨୫ ରୁ ଉର୍ଦ୍ଧ୍ବ ସଦସ୍ୟ ନର୍ଲା ଆଇଆଇସି ସର୍ବେଶ୍ଵର ସାମନ୍ତରାୟଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଖବରରୁ ଜଣାପଡ଼ିଛି ରବିବାର ସନ୍ଧ୍ୟାରେ ବାଲିପଡ଼ାରେ ନର୍ଲା ପୋଲିସ ତରଫରୁ ଗାଡି ଚେକିଂ ଚାଲୁଥିଲା। ବିନା ହେଲମେଟରେ ଓ ମଦ୍ୟପାନ କରି ବାଇକ ଚାଳନା କରୁଥିବା ହେତୁ ପୀତବାସଙ୍କୁ ପୋଲିସ ଧରିବା ସହ ନର୍ଲା ଥାନାକୁ ନେଇ ଆସିଥିଲେ। ପିତବାସଙ୍କ କହିବାନୁଯାୟୀ ମୁଁ ବିନା ହେଲମେଟରେ ଓ ମଦପିଇ ବାଇକ ଚଲାଇଥିଲି ତେବେ ମୋତେ ଜରିମାନା କରାଯାଇଥାନ୍ତା। ମୋ ନାମରେ କେସ ଦିଆଯାଇଥାଆନ୍ତା। ହେଲେ ମୋତେ ବାଇକ ସହ ଥାନାକୁ ଅଣାଯାଇ ସିସିଟିଭି କ୍ୟାମେରା ଲାଗିନଥିବା ଜାଗାରେ ଥାନା ଭିତରେ ମହିଳା ଏସଆଇ ବିଳାସିନୀ ଭୋଇ ଭାଷା ପ୍ରୟୋଗ କରି ଗାଳି ଗୁଲଜ କରିବା ସହ ଲାତ, ବିଧା ଗୋଇଠା ମାରି ଏକ ପ୍ଲାଷ୍ଟିକ ବାଡ଼ିରେ ନିସ୍ତୁକ ମାଡ଼ ମାରିବା ସହ ମୋତେ ଜାତିଆଣ ଆକ୍ଷେପ କରିଥିଲେ। ଏହାପରେ ଅପମାନିତ ଯୁବକ ନର୍ଲା ଦଳିତ ସଂପ୍ରଦାୟ ସଂଗଠନକୁ ଜଣାଇବା ପରେ ସୋମବାର ସନ୍ଧ୍ୟାରେ ନର୍ଲା ଆଇଆଇସିଙ୍କ ନିକଟର ଏକ ଲିଖିତ ଅଭିଯୋଗ କରି ଏହାର ନ୍ୟାୟୋଚିତ ବିଚାର କରିବା ପାଇଁ ଅନୁରୋଧ କରିଥିବା ଜଣାପଡ଼ିଛି। ଏହି ବିଷୟ ଉପରେ ତଦନ୍ତ କରି ଦୁଇଦିନ ମଧ୍ୟରେ ବିଚାର କରାଯିବ ବୋଲି କହିଥିବା ଦଳିତ ସମ୍ପ୍ରଦାୟ ତରଫରୁ ସୂଚନା ମିଳିଛି। ଏ ବିଷୟରେ ଆଇଆଇସିଙ୍କ ମତାମତ ନେବାରୁ କେସର ତଦନ୍ତ ଚାଲିଛି ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.