ନର୍ଲାର ଦୁଇ କୃଷି ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଜିଲ୍ଲା କୃଷି କର୍ମଚାରୀଙ୍କ ପାଇଁ ଉଦାହରଣ ହୋଇ ରହିବେ ଦୁଇ ବିଦାୟୀ କୃଷି ଅଧିକାରୀ -ଶୁଭେନ୍ଦୁ କର, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା କୃଷି ଅଫିସ ଳର ଦୁଇ କୃଷି ଅଧିକାରୀ ରଜତ କୁମାର ମିଶ୍ର ଓ ଜବ୍‌ଦୁ ବାଗଙ୍କୁ ନର୍ଲା କୃଷି ଅଫିସ ଷ୍ଟାଫ୍ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି। କୃଷି ଅଫିସର ସମ୍ମେଳନ କକ୍ଷରେ ନର୍ଲା ସହକାରୀ କୃଷି ଅଧିକାରୀ ପ୍ରବୀଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶୁଭେନ୍ଦୁ କର ଯୋଗଦାନ କରି ନର୍ଲାର ବ୍ଲକ କୃଷି ଅଧିକାରୀ ଶ୍ରୀ ମିଶ୍ରଙ୍କ ସମୟାନୁବର୍ତ୍ତିତା, ଦାଇତ୍ୱ ବୋଧତା ଓ ଷ୍ଟାଫ ମାନଙ୍କ ପ୍ରତି ସ୍ନେହୀ ଗୁଣ ବିଷୟରେ କହିବା ସହ ତାଙ୍କ କାର୍ଯ୍ୟକାଳ ସମୟରେ ନର୍ଲା ଅଞ୍ଚଳର ଅନେକ ଚାଷୀ ଉପକୃତ ହୋଇଥିବା ବେଳେ ସରକାରଙ୍କ କୃଷି କଲ୍ୟାଣକାରୀ ଯୋଜନା ଗୁଡିକର ସଫଳ ରୁପାୟନ କରିବାରେ ସେ ସିଦ୍ଧହସ୍ତ ଥିଲେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ସେହିଭଳି ଗିଗିନା କୃଷି ସର୍କଲରୁ କୃଷି ଅଧିଦର୍ଶକ ଭାବରେ ଅବସର ଗ୍ରହଣ କରିଥିବା ଜବ୍‌ଦୁ ବାଗଙ୍କ କର୍ତ୍ତବ୍ୟନିଷ୍ଠତା ଓ ଅମାୟୀକତା ସ୍ଵଭାବ ବିଷୟରେ କହି ଏଦୁଇଜଣ କେବଳ ନର୍ଲା ଷ୍ଟାଫ ମାନଙ୍କ ପାଇଁ କାହିଁକି ଜିଲ୍ଲାର ସମସ୍ତ କୃଷି କର୍ମଚାରୀ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୨୦୨୧ ସେପ୍ଟେମ୍ବର ମାସରେ ନର୍ଲାରେ ବ୍ଲକ କୃଷି ଅଧିକାରୀ ଭାବରେ କାର୍ଯ୍ୟରେ ଯୋଗ ଦେଇଥିବା ରଜତ କୁମାର ମିଶ୍ର ପଦୋନ୍ନତି ପାଇ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଭାବରେ ସୁନ୍ଦରଗଡ ଜିଲ୍ଲାରେ ଯୋଗଦାନ କରିଛନ୍ତି। ନର୍ଲା ବ୍ଲକ ଗ୍ରାମ୍ୟ କୃଷି କର୍ମଚାରୀ ଓ କୃଷି ଅଧିଦର୍ଶକ (ଏ ଓ) ମାନେ ଆୟୋଜନ କରିଥିବା ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ମ.ରାମପୁର ସହକାରୀ କୃଷି ଅଧିକାରୀ କୁମାର ଚିରଞ୍ଜିବୀ, ନର୍ଲା ଜିଲ୍ଲା କୃଷି ଅଫିସର ସେକ୍ସନ ଅଫିସର ମନୋଜ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ରହି ଦୁଇ ଅଧିକାରୀଙ୍କ କର୍ତ୍ତବ୍ୟ ନିଷ୍ଠତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ ନର୍ଲା ବ୍ଲକ କୃଷି ଅଫିସର ଷ୍ଟାଫ ମାନଙ୍କ ତରଫରୁ ଉପଢୌକନ ଓ କଳାହାଣ୍ଡିର ବହୁ ପ୍ରସିଦ୍ଧ କାଷ୍ଠ ନିର୍ମିତ ଗଣେଶ ବିଗ୍ରହ ସ୍ମତିଚିହ୍ନ ସ୍ୱରୁପ ଦୁଇ ବିଦାୟୀ ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ପଦୋନ୍ନତି ପାଇ ସୁନ୍ଦରଗଡ ଜିଲ୍ଲାକୁ ଯାଉଥିବା କୃଷି ଅଧିକାରୀ ଶ୍ରୀ ମିଶ୍ର ତାଙ୍କର ନୂତନ କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରନ୍ତୁ ଓ ଅବସରପ୍ରାପ୍ତ ଏଓ ଶ୍ରୀ ବାଗଙ୍କ ଅବସରକାଳୀନ ସମୟ ସୁଖରେ ଅତିବାହିତ ହେଉ ବୋଲି ଶଭେଚ୍ଛା ଜ୍ଞାପନ କରିଥିଲେ। ପଦୋନ୍ନତି ପାଇ ନର୍ଲାରୁ ବିଦାୟ ନେଇ ଯାଉଥିବା କୃଷି ଅଧିକାରୀ ଶ୍ରୀ ମିଶ୍ର ନର୍ଲାରେ ମୋର କାର୍ଯ୍ୟକାଳ ସମୟରେ ମୁଁ ନର୍ଲାର ସମସ୍ତ ଷ୍ଟାଫ ମାନଙ୍କ ଠାରୁ ଅନେକ ସ୍ନେହ, ଶ୍ରଦ୍ଧା, ଭଲପାଇବା ପାଇଛି। ସମସ୍ତଙ୍କ ଭରପୁର ସହଯୋଗ ପାଇଛି। ମୁଁ ଯୋଉଠିକି ଗଲେ ମଧ୍ୟ ନର୍ଲା ଷ୍ଟାଫଙ୍କୁ କେବେ ମଧ୍ୟ ଭୁଲି ପାରିବି ନାହିଁ ବୋଲି ଭାବ ବିହ୍ୱଳ ହୋଇ କହିଥିଲେ। ମୋର ଚାକିରୀ କାର୍ଯ୍ୟକାଳ ସମୟ ମଧ୍ୟରେ ମୋତେ ନର୍ଲାରେ ହିଁ ସବୁଠୁ ବେଶି ଭଲ ଲାଗିଛି। ନର୍ଲାର ମୋର ସହକର୍ମୀ ମାନଙ୍କ ଠାରୁ ଅନେକ ସ୍ନେହ ଶ୍ରଦ୍ଧା ପାଇଛି ବୋଲି ଅବସରପ୍ରାପ୍ତ ଏଓ ଶ୍ରୀ ବାଗ ତାଙ୍କ ବିଦାୟୀ ଭାଷଣରେ କହିଥିଲେ। ନର୍ଲା ଗ୍ରାମ୍ୟ କୃଷି କର୍ମଚାରୀ ଓ କୃଷି ଅଧିଦର୍ଶକ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.