‘ପ୍ରେସ୍ କାଉନସିଲ୍’ ନାମ ବ୍ୟବହାର ଉପରେ କଡା ନିଷେଧାଦେଶ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୁବର୍ଣ୍ଣପୁର ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି। ‘ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ’ ହେଉଛି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ବୈଧାନିକ ସଂସ୍ଥା, ଯାହା ୧୯୭୮ ମସିହାରେ ପ୍ରେସ୍ କାଉନସିଲ୍ ଆଇନ ଅନୁଯାୟୀ ଗଠିତ ହୋଇଛି। ଏହାର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶରେ ପ୍ରେସ୍ ବ୍ୟବସ୍ଥାର ସ୍ୱାଧୀନତାକୁ ସୁନିଶ୍ଚିତ କରିବା ସହିତ ଖବରକାଗଜ ଓ ଏଜେନ୍ସିଗୁଡିକର ଗୁଣବତ୍ତା ବୃଦ୍ଧି କରିବା। ଏହି ବୈଧାନିକ ନାମ ‘ପ୍ରେସ୍ କାଉନସିଲ୍’ କିମ୍ବା ଏହାର ଅନ୍ୟ ଭାଷାରେ ଅନୁବାଦ, ଯଥା ‘ଭାରତୀୟ ପ୍ରେସ୍ ପରିଷଦ’ ନାମର ବ୍ୟବହାର କୌଣସି ଗଣମାଧ୍ୟମ ସଂସ୍ଥା କିମ୍ବା ସ୍ଥାନୀୟ ସଂଘ ଦ୍ୱାରା ନ କରାଯିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ଅନୁମତି ବିନା ଏହି ନାମ ବ୍ୟବହାର କରାଗଲେ, ଏହା ‘The Emblems and Names (Prevention of Improper Use) Act, 1950’ ର ଧାରା ୩୭(II) ଅନୁଯାୟୀ ଅବୈଧ ହେବା ସହିତ ଆଇନ ଅନୁଯାୟୀ ଦଣ୍ଡନୀୟ ହେବ। ଏହି ପ୍ରକାର ଅନଧିକୃତ ବ୍ୟବହାର ବ୍ୟକ୍ତି ବା ସଂସ୍ଥାଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ। ତେଣୁ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସରକାରୀ ବା ବେସରକାରୀ ଗଣମାଧ୍ୟମ ସଂଘ/ସଂସ୍ଥା ମାନଙ୍କୁ ଅନୁରୋଧ କରାଯାଉଛି ଯେ, ସେମାନେ ସ୍ୱନିଯୁକ୍ତ କିମ୍ବା ପଞ୍ଜିକୃତ ନାମରେ ‘ପ୍ରେସ୍ କାଉନସିଲ୍’ ଶବ୍ଦ ବ୍ୟବହାର କରିବେ ନାହିଁ। ଏହି ନିଷେଧାଦେଶ ପ୍ରତି ସମ୍ପୂର୍ଣ୍ଣ ସମ୍ମାନ ଦେଇ ବିଧି ବ୍ୟବସ୍ଥାର ଅନୁସରଣ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.