ସାମ୍ବାଦିକ ଲିଙ୍ଗରାଜ ମିଶ୍ରଙ୍କ ମାତୃ ବିୟୋଗ

ଓଡିଆ ବାର୍ତ୍ତା/ ନର୍ଲା: ନର୍ଲାର ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ରଙ୍କ ମାତୃ ବିୟୋଗ ହୋଇଛି। ଆଜି ସୋମବାର ସକାଳ ୭.୩୦ ସମୟରେ ଶ୍ରୀ ମିଶ୍ରଙ୍କ ମା’ ଲକ୍ଷ୍ମୀ ମିଶ୍ର ନିଜ ସର୍ଗିଗୁଡାସ୍ଥିତ ବାସଭବନରେ ବୟସଜନୀତ କାରଣରୁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହେଉଥିଲା। ସେ ଜଣେ ଧର୍ମପରାୟଣା ତଥା ପରୋପକାରୀ ମହିଳା ଥିଲେ। ମୃତ୍ୟୁ ସଜ୍ଜା ନିକଟରେ ଏକମାତ୍ର ପୁଅ ଲିଙ୍ଗରାଜ ମିଶ୍ର, ପୁତ୍ରବଧୂ ଜ୍ୟୋତ୍ସା ମହାପାତ୍ର, ନାତୁଣୀ ପ୍ରୀତିମୟୀ ମିଶ୍ର ଓ ରୋଜୀ ପାଢ଼ୀ ଉପସ୍ଥିତ ଥିଲେ। ତାଙ୍କ ଆବର୍ତ୍ତମାନରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନର୍ଲା ବିଧାୟିକା ମନୋରମା ମହାନ୍ତି ନର୍ଲା, ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ଓଡ଼ିଶା ସାମ୍ବାଦିକ ୟୁନିଅନର ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ର, ଓଡ଼ିଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, କଳାହାଣ୍ଡି ଓ ନର୍ଲା ଓୟୁଜେର କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟ ବୃନ୍ଦ, ଓଡ଼ିଆ ବାର୍ତ୍ତା ପରିବାର, କଳାହାଣ୍ଡି ଓ ନର୍ଲା ଏବଂ ସର୍ଗିଗୁଡା ବ୍ରାହ୍ମଣ ସମାଜ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଶୋକବ୍ୟକ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.