ପ୍ରକାଶ ପାଇଲା ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ

• ସମୁଦାୟ ପାଶ୍ ହାର ୮୨.୧%

•ସୁଜଲ ଶୁଭ୍ରଜିତ୍ ହେଲେ ଶ୍ରେଷ୍ଠ ସ୍ନାତକ

ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଚଳିତବର୍ଷ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ, ବାଲେଶ୍ଵରର ସ୍ନାତକ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି। ଏ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ସମୁଦାୟ ୧୧୧୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୯୧୬ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଅନର୍ସ ଡିଷ୍ଟିଂସନ୍ ସହିତ ପ୍ରଥମ ଶ୍ରେଣୀରେ ୪୮୦ ଜଣ, କେବଳ ପ୍ରଥମ ଶ୍ରେଣୀରେ ୨୨୭ ଜଣ, ଅନର୍ସ ଡିଷ୍ଟିଂସନ୍ ସହିତ ଦ୍ଵିତୀୟ ଶ୍ରେଣୀରେ ୧୫ ଜଣ, କେବଳ ଦ୍ଵିତୀୟ ଶ୍ରେଣୀରେ ୧୯୪ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲା ବେଳେ ସମୁଦାୟ ଛାତ୍ରଛାତ୍ରୀଙ୍କ ପାସ୍‌ ହାର ଶତକଡ଼ା ୮୨.୧ ରହିଛି। ସେହିପରି କଳା ବିଭାଗରେ ପାସ୍‌ ହାର ୮୦.୪% ହୋଇଥିଲା ବେଳେ ବିଜ୍ଞାନ ବିଭାଗରେ ପାସ୍‌ ହାର ୮୮.୩% ଓ ବାଣିଜ୍ୟ ବିଭାଗରେ ପାସ ହାର ୮୦.୩% ହୋଇଛି । ଭୂତତ୍ତ୍ୱ ବିଭାଗର ଛାତ୍ର ସୁଜଲ ଶୁଭ୍ରଜିତ୍ ଶ୍ରେଷ୍ଠ ସ୍ନାତକ ଭାବରେ ବିବେଚିତ ହୋଇଛନ୍ତି।

ସୂଚନା ଥାଉକି ଅର୍ଥନୀତି ବିଭାଗରେ ସ୍ମୃତି ଦାସ, ଶିକ୍ଷା ବିଭାଗରେ ଚର୍ଚ୍ଚିତା ବେହେରା, ଇଂରାଜୀ ବିଭାଗରେ ସ୍ଵାଗତିକା ରଥ, ଇତିହାସ ବିଭାଗରେ ପ୍ରଦୀପ ଭୋଇ, ଓଡ଼ିଆ ବିଭାଗରେ ସରସ୍ବତୀ ପଲ୍ଲାଇ, ଦର୍ଶନ ବିଭାଗରେ କାଞ୍ଚନ ତ୍ରିପାଠୀ, ସଂସ୍କୃତରେ ଆୟୂଷୀ ପରିଡ଼ା, ରାଜନୀତି ବିଜ୍ଞାନ ବିଭାଗରେ ଶ୍ରୁତିପ୍ରଜ୍ଞା ମଲ୍ଲିକ, ହିନ୍ଦୀ ବିଭାଗରେ କାବେରୀ କବି, ମନସ୍ତତ୍ତ୍ଵ ବିଭାଗରେ ମାହେଶ୍ୱରୀ ଦାସ, ସମାଜତତ୍ତ୍ଵ ବିଭାଗରେ ଦେବୀସ୍ମିତା ଦାସ, ଉର୍ଦୁ ବିଭାଗରେ ଅନିସା ଫାତେମା, ନୃତତ୍ତ୍ୱ ବିଭାଗରେ ପ୍ରଜ୍ଞା ପାରମିତା ଦାଶ ଏବଂ ଭୂଗୋଳ ବିଭାଗରେ ସୁଲଗ୍ନା ପାଣିଗ୍ରାହୀ ସ୍ନାତକ କଳା ଅନ୍ତର୍ଗତ ଉପର୍ଯ୍ୟକ୍ତ ବିଭିନ୍ନ ବିଷୟକ ଅନର୍ସ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଲାଭ କରି ଉତ୍ତୀର୍ଣ୍ଣ ହୋଇଛନ୍ତି ।

ସେହିପରି ଉଭିଦ ବିଜ୍ଞାନରେ ବିଶ୍ଵଜିତ ଷେଣ୍ଡ, ରସାୟନ ବିଜ୍ଞାନରେ ପ୍ରଣୟ ସୌରଭ ଘୋଷ, କମ୍ପ୍ୟୁଟର ବିଜ୍ଞାନରେ ବିଗ୍ନେଶ ଦାସ, ଗଣିତରେ ଶୁଭଶ୍ରୀ ପଣ୍ଡା, ପଦାର୍ଥ ବିଜ୍ଞାନରେ ସୌମ୍ୟା ଶୁଭଦର୍ଶିନୀ ସାହୁ, ପ୍ରାଣୀ ବିଜ୍ଞାନରେ ତନ୍ମୟ କର ଏବଂ ଭୂତତ୍ତ୍ଵ ବିଜ୍ଞାନରେ ସୁଜଲ ଶୁଭ୍ରଜିତ ସ୍ନାତକ ବିଜ୍ଞାନ ଅନ୍ତର୍ଗତ ଉପର୍ଯ୍ୟକ୍ତ ବିଷୟକ ଅନର୍ସ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଲାଭ କରିଛନ୍ତି । ସେହିପରି ସ୍ନାତକ ବାଣିଜ୍ୟ ଅନର୍ସ ପରୀକ୍ଷାରେ ଦର୍ଶନ ମହାନ୍ତି ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଲାଭ କରି କୃତକାର୍ଯ୍ୟ ହୋଇଛନ୍ତି ।

ସେହିପରି ବି.ବି.ଏ. ବିଭାଗରେ ସମୁଦାୟ ୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ତନ୍ମଧ୍ଯରୁ ୩୩ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ଓ ଛାତ୍ରୀ ଆକାଂକ୍ଷା ପ୍ରଧାନ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଇଣ୍ଟିଗ୍ରେଟେଡ୍ ବି.ଏଡ଼୍. କଳା ଓ ବିଜ୍ଞାନ ପରୀକ୍ଷାଫଳ ମଧ୍ୟ ପ୍ରକାଶିତ ହୋଇଛି । ଏବର୍ଷ କଳା ଓ ବିଜ୍ଞାନରେ ସମୁଦାୟ ୯୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ତନ୍ମଧ୍ୟରୁ ୮୪ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ପାସ୍‌ ହାର ଶତକଡ଼ା ୮୪.୮ । ସ୍ନାତକ କଳା ଭାଷା ବିଭାଗ ଅନ୍ତର୍ଗତ ଅନର୍ସ ପରୀକ୍ଷାରେ ଓଡ଼ିଆ ବିଭାଗର ସାବିତ୍ରୀ ଗିରି ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଲାଭ କରିଥିଲା ବେଳେ ସାମାଜିକ ବିଜ୍ଞାନ ଅନ୍ତର୍ଗତ ଭୂଗୋଳ ବିଭାଗର ଜ୍ୟୋତିର୍ମୟୀ ନନ୍ଦି ଏବଂ ଜୈବିକ ବିଜ୍ଞାନ ଅନ୍ତର୍ଗତ ପ୍ରାଣୀ ବିଜ୍ଞାନ ବିଭାଗର ଶ୍ରଦ୍ଧା ସୁମନ ଗାଁଣଏବଂ ଭୌତିକ ବିଜ୍ଞାନ ଅନ୍ତର୍ଗତ ପଦାର୍ଥ ବିଜ୍ଞାନ ବିଭାଗର ଅନ୍ଵେଷା ବଦ୍ଧନ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.