ଲକ୍ଷପତି ଦିଦି ପ୍ରଶିକ୍ଷଣରେ ଭ୍ରଷ୍ଟାଚାର ଅଭିଯୋଗ: ଉଚ୍ଚ ସ୍ତରୀୟ ତଦନ୍ତ ଦାବି କଲା ସମାଜବାଦୀ ପାର୍ଟି  

ଓଡିଆ ବାର୍ତ୍ତା/ ଭୁବନେଶ୍ୱର: ସରକାର ଗରିବ ମହିଳାମାନଙ୍କ ଉନ୍ନତି ବିକାଶ ସହ ଆତ୍ମ ନିର୍ଭରଶୀଳ ଓ ସ୍ବାବଲମ୍ବୀ କରିବା ଲାଗି ମିଶନଶକ୍ତି ମାଧ୍ୟମରେ ପ୍ରଶିକ୍ଷଣ ଦେଉଛନ୍ତି। ଏ ନେଇ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତାହା କିନ୍ତୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ହେଉନଥିବା ଦେଖିବାକୁ ମିଳୁଛି। ପ୍ରଶିକ୍ଷଣ ଆଳରେ ସରକାରଙ୍କ ତହବିଲରୁ, ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଉଛି। ନାମକୁ ମାତ୍ର ପ୍ରଶିକ୍ଷଣ କରାଯାଇ କାଗଜ କଲମରେ ଲକ୍ଷାଧିକ ଟଙ୍କା ହରିଲୁଟ କରାଯାଇଥିବା ଅଭିଯୋଗ କରିଛି ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ ଶାଖା। ଏନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଏଥିରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଦଳ। ସୂଚନାଯୋଗ୍ୟ ଯେ ମିଶନଶକ୍ତି ଜରିଆରେ ଗ୍ରାମାଞ୍ଚଳ ମହିଳାଙ୍କୁ ସ୍ୱାଭାଲମ୍ବୀ କରିବାକୁ ସରକାର ପ୍ରଶିକ୍ଷଣ ବ୍ୟବସ୍ତା କରିଛନ୍ତି। ଗୋଟିଏ ପ୍ରଶିକ୍ଷଣ ଶିବିରରେ ୪୦ ଜଣ ଲକ୍ଷପତି ଦିଦିଙ୍କୁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା ଥିବା ବେଳେ ସେମାନଙ୍କ ପାଇଁ ଜଣେ ଲକ୍ଷପତି ଦିଦିଙ୍କ ପିଛା ଖାତା କଲମ ବାବଦରେ ୩୦ ଟଙ୍କା, ମଧ୍ୟାହ୍ନଭୋଜନ ବାବାଦରେ ୮୦ ଟଙ୍କା, ଚା ଓ ଜଳଖୁଆ ବାବଦରେ ୩୦ ଟଙ୍କା, ପ୍ରଶିକ୍ଷଶ ସ୍ଥଳ ନିମନ୍ତେ ୧୫ ଶହ ଟଙ୍କା, ବ୍ୟାନର ଓ ଫଟୋଗ୍ରାଫି ପାଇଁ ୪୫୦ ଟଙ୍କା ପ୍ରଶିକ୍ଷକଙ୍କ ପାଇଁ ୨୪ ଶହ ଟଙ୍କା, ପ୍ରଶିକ୍ଷଣ ଉପକରଣ ନିମନ୍ତେ ୫୦ ଟଙ୍କା
ମୋଟ ଗୋଟେ ପ୍ରଶିକ୍ଷଣ ଶିବିର ପାଇଁ ୧୭, ୮୫୦ ଟଙ୍କା ଖର୍ଚ୍ଚ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ରାଜ୍ୟର ବିଭିନ୍ନ ବ୍ଲକରେ ଏହି ପ୍ରଶିକ୍ଷଣରେ ବ୍ୟାପକ ଅନିୟମିତତା ହୋଇଥିବା ଦେଖୁବାକୁ ମିଳିଛି। ଏପରିକି ଗୋଟିଏ ଗୋଟିଏ ପଞ୍ଚାୟତରେ ଥିବା ଏକ ଶହରୁ ଊର୍ଦ୍ଧ୍ବ ଲକ୍ଷପତି ଦିଦିଙ୍କୁ ଗୋଟିଏ ସ୍ଥାନରେ ବସାଇ ନାମକୁ ମାତ୍ର ଜଳଖୁଆ ଦେଇ ଫଟୋ ଉଠାଇ ପ୍ରଶିକ୍ଷଣ ଶେଷ କରାଯାଉଛି। ଯାହାଫଳରେ ଗୋଟିଏ ପ୍ରଶିକ୍ଷଣରେ ମାତ୍ର ୫ ରୁ ୬ ହଜାର ଟଙ୍କା ଖର୍ଚ୍ଚ କରି ଅବଶିଷ୍ଟ ଅର୍ଥ ହରିଲୁଟ କରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବ ହାତୀ ଯାଦବ ସରକାରଙ୍କ ପାଖରେ ଦୃଢ଼ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.