ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସୁବର୍ଣ୍ଣପୁର ଆନୁକୂଲ୍ୟରେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ବ୍ଲକର ଶିକ୍ଷକ ମାନଙ୍କୁ ନେଇ ସୋନପୁର ସହର ସ୍ଥିତ ସୁବର୍ଣ୍ଣମେରୁ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ହୃଷିକେଶ ଚାନ୍ଦଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ଶିକ୍ଷକ ସୁରେଶ ପଧାନ ସଭାପତିତ୍ୱ କରିଥିବା ବେଳେ ସହ ଆବାହକ ଗୋପେଶ ପଣ୍ଡା ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଦୋଳଗୋବିନ୍ଦ ପଣ୍ଡା, ପ୍ରାଣବନ୍ଧୁ ସାହୁ, ପ୍ରଦୀପ ଗଣିକ, ମନୋଜ କର୍ମୀ, ବିଶ୍ୱବିହାରୀ ମିଶ୍ର, ଦାଶରଥୀ ନାଏକ, ଶ୍ରୀନିବାସ ରଥ, ବ୍ୟୋମକେଶ ତ୍ରିପାଠୀ, ଶ୍ରବଣ ବାରିକ, ନରେନ୍ଦ୍ର ନାଗ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରି ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପlତ କରିଥିଲେ l ଏହାପରେ ଚାରିଗୋଟି ଦାବୀ ଯଥା ଦୁଇବର୍ଷ ହେବ ବନ୍ଦ ପଡ଼ିଥିବା ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତିକୁ ତ୍ୱରାନ୍ୱିତ କରିବା ସହ ୧୧/୦୨/୨୦୧୧ ପୂର୍ଵରୁ ନିଯୁକ୍ତ ଶିକ୍ଷକଙ୍କ ପଦୋନ୍ନତି କ୍ଷେତ୍ରରେ ଓଟିଇଟି କୁ ଯୋଗ୍ୟତାର ମାପକାଠି କରାନଯିବା, ଶିକ୍ଷା ସହାୟକ ଏବଂ କନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟ କରିଥିବା ୬ ରୁ ୭ ବର୍ଷ କାର୍ଯ୍ୟକାଳ କୁ ଚାକିରିରେ ଗଣନା କରି ମୂଳ ଦରମା ନିର୍ଦ୍ଧାରଣ କରିବା, ସମସ୍ତ ଶିକ୍ଷକଙ୍କୁ ସ୍ୱାସ୍ଥ୍ୟ ବୀମା ଅନ୍ତର୍ଭୁକ୍ତ କରି ଆୟୁଷ୍ମାନ ଯୋଜନାରେ ସାମିଲ କରିବା ଏବଂ ଅବସର ପରେ ସୁରକ୍ଷିତ ଭବିଷ୍ୟତ ପାଇଁ ନୂତନ ପେନସନ ବଦଳରେ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଆଦି ୪ ଦଫା ବିଶିଷ୍ଟ ଦାବୀପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଏବଂ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ମିନାରାଣୀ ମଙ୍ଗଲଙ୍କ ଜରିଆରେ ପ୍ରଦାନ କରାଯାଇଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.