ଲଗାଣବର୍ଷା ଯୋଗୁଁ ଲାଞ୍ଜିଗଡରେ ବନ୍ୟା ପରିସ୍ଥିତି, ଅନେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ

ଲାଞ୍ଜିଗଡ଼,୭/୮ : ମଙ୍ଗଳବାର ଠାରୁ ବର୍ତ୍ତମାନଯାଏଁ ଲଗାଣ ବର୍ଷା ହେବା ଫଳରେ ଲାଞ୍ଜିଗଡର ସ୍ଥିତି ବିଗିଡିବାକୁ ଲାଗିଛି । ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ଗତକାଲି ଠାରୁ ବିଦ୍ୟୁତ ସରବରାହରେ ବ୍ୟାଘାତ ସୃଷ୍ଟିିହେବା ସହ ମୋବାଇଲ ନେଟୱାର୍କ ରହୁନାହିଁ ।

ଅନେକ ସ୍ଥାନରେ ଲୋକଙ୍କ ଘର ଭୁଶୁଡି ପଡୁଥିବା ଖବର ମିଳୁଛି । କେତେକ ଲୋକ ଘରଦ୍ବାର ଛାଡି ନିରାପଦ ଆଶ୍ରୟ ସ୍ଥଳକୁ ଯାଇଥିବା ଖବର ମିଳିଛି । ମଙ୍ଗଳବାର ରାତି ୮ଟାରୁ ଚନ୍ଦନପୁର ଗାଁ ସ୍କୁଲପଡାର ୫ଟି ପରିବାର ବିଦ୍ୟାଳୟରେ ଯାଇ ଆଶ୍ରୟ ନେଇଛନ୍ତି । 

ଗତକାଲି ଲଗାଣ ବର୍ଷା ଯୋଗୁଁ ଲାଞ୍ଜିଗଡ଼-ମୁନିଗୁଡା ମୁଖ୍ୟ ରାସ୍ତା ବେଦାନ୍ତ କମ୍ପାନୀ ପାଖରେ ରାସ୍ତା ଉପରେ ୩ ରୁ ୪ ଫୁଟ ପାଣି ପ୍ରବାହିତ ହେଉଥିବା ଯୋଗୁଁ ଯାତାୟତ ଏକପ୍ରକାର ଠପ୍ ହୋଇ ଯାଇଥିଲା। ପ୍ରକାଶ ଯେ ଗତ ୨୯ତାରିଖ ଠାରୁ ଲାଞ୍ଜିଗଡ଼ ଅଞ୍ଚଳରେ ଝିପି ଝିପି ବର୍ଷା ଲାଗିରହିଥିବା ବେଳେ ମଙ୍ଗଳବାର ସକାଳ ୮ଘଣ୍ଟାରୁ ଦିନ ସାରା ପ୍ରବଳ ମୁଷଳ ଧାରା ବର୍ଷା ଯୋଗୁଁ ନଇଁ ନାଳ ଭର୍ତି ସାଙ୍ଗକୁ ମୁନିଗୁଡା-ଲାଞ୍ଜିଗଡ଼ ମୁଖ୍ୟ ରାସ୍ତାରେ ଦିନ ୧ଘଣ୍ଟା ସମୟରେ ୧ଫୁଟ ପାଣି ଚାଲି ଥିବା ବେଳେ ଦିନ ୩ଟାରୁ ୪ଫୁଟ ପାଣି ପ୍ରଭାହିତ ହେବାଯୋଗୁଁ ଯାନ ବାହନ ସହିତ ଲୋକଙ୍କ ଯାତାୟତ ଏକ ପ୍ରକାର ଠପ୍ ହୋଇ ଯାଇଥିଲା ।

ତାରିଣୀ ମନ୍ଦିର, ମଟର ସାଇକେଲ ଗ୍ୟାରେଜ, ଚିକେନ୍ ଦୋକାନ, କିରାନା ଦୋକାନରେ ୩ଫୁଟ ପାଣି ପଶି ଥିବାଯୋଗୁଁ କ୍ଷୟକ୍ଷତି ସହିତ ଲୋକେ ନାହିଁନଥିବା ଅସୁବିଧା ଭୋଗିଛନ୍ତି । ବର୍ତ୍ତମାନ ସୁଦ୍ଧା ରାସ୍ତାରେ ପାଣି ଯୋଗୁଁ ବସନ୍ତ ପଡା, ବୁଣ୍ଡେଲ, କଂସାରି, ବନ୍ଧ ଗୁଡା, କପାଗୁଡା, ରେଂଗୋପାଲି, ବେଦାନ୍ତ ନଗର ସହିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ବେଦାନ୍ତ କମ୍ପାନୀ ଯାଉଥିବା ଲୋକେ ହଇରାଣ ହେଉଛନ୍ତି। ବର୍ତ୍ତମାନ ମଧ୍ୟ ରାସ୍ତା ଉପରେ ପାଣି ଚାଲି ଥିବା ବେଳେ ଯାତାୟତ ଠପ୍ ହୋଇ ଯାଇଛି।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.