ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପ ଜାଳିଲେ ବସ୍ତା ବିଧାୟିକା ସୁବାସିନୀ ଜେନା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ମୁମ୍ବାଇ ଠାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଆଶୁ ଆରୋଗ୍ୟ ଏବଂ ଖୁବଶୀଘ୍ର ସୁସ୍ଥ ହୋଇ ଫେରି ଓଡ଼ିଶା ଲୋକଙ୍କ ପାଇଁ ସେବା ଜାରି ରଖନ୍ତୁ, ଏହା କାମନା କରି ବସ୍ତା ବିଧାୟିକା ସୁବସିନୀ ଜେନା ଲଙ୍ଗଳେଶ୍ୱର ମହାଦେବ ମନ୍ଦିର ଏବଂ ବସ୍ତା ସ୍ଥିତ ଈଶ୍ୱରବର୍ତ୍ତି ମନ୍ଦିରରେ ଦୀପ ଜାଳିବା ସହିତ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ବାଲିଆପାଳ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଲଙ୍ଗଳେଶ୍ବର ଠାରେ ଏବଂ ବସ୍ତା ବ୍ଲକ ବିଜେଡ଼ି ପକ୍ଷରୁ ଈଶ୍ୱରବର୍ତ୍ତି ମନ୍ଦିରରେ ସମୂହ ଦୀପଦାନ କରାଯାଇଥିଲା। ଏହି ଦୁଇ କାର୍ଯ୍ୟକ୍ରମରେ ବିଧାୟିକାଙ୍କ ସହିତ ବାଲିଆପାଳ ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରସାଦ ଦାସ, ବସ୍ତା ବ୍ଲକ ବିଜେଡ଼ି ସଭାପତି ଅନିଲ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ବେଣୁଧର ଜେନା, ନିଶାକର ସେଠୀ, ଦେବିକା ସୋରେନ, ବସ୍ତା ବ୍ଲକ ଅଧ୍ୟକ୍ଷା ଅଞ୍ଜଳି ଦାସ, ବିଜେଡ଼ି ନେତା ଚକ୍ରଧର ଗିରି, ଭଗବାନ ଗିରି, ପ୍ରଦୀପ ବିଶ୍ଵାଳ, ସୁବ୍ରତ କୁମାର ପଣ୍ଡା, ମହେଶ୍ୱର ଜେନା, ମହାଦେବ ଦାସ, ଦେବ କୁମାର ଦେ, ଅଶ୍ୱିନୀ କୁମାର ଜେନା, ଲକ୍ଷ୍ମୀଧର ଦାସ, ଅଜୟ ସାମଲ, ମହେନ୍ଦ୍ର ବାରିକ, ସୌମ୍ୟଦୀପ ଚକ୍ରବର୍ତ୍ତୀ, ଦେବୀପ୍ରସାଦ ଭଞ୍ଜ, ଜୟପ୍ରକାଶ ବେହେରା, ରଞ୍ଜନ କୁମାର ଧଳ,ସଂଗ୍ରାମ ପରିଡ଼ା, ଅନୁପମ ମହାନ୍ତି, ସୁଶାନ୍ତ ବେହେରା, କସ୍ତୁରୀବାଳା ପାତ୍ର, ରଞ୍ଜିତା ତୁଙ୍ଗ, ସୁଲତା ନାୟକଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.