ପାଠପଢ଼ା ଆଳରେ ଧର୍ମାନ୍ତିକରଣ!

ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ବଲାଙ୍ଗୀର ଜିଲ୍ଲା ତରଫରୁ ଏସପିଙ୍କୁ ଦାବିପତ୍ର 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ବଲାଙ୍ଗୀର ଜିଲ୍ଲା ତରଫରୁ ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମରେ ଥିବା ସାଲଗାଡିଆ ହେପି ଏଣ୍ଡ ହୋଲି ହୋମ୍ ସୋସାଇଟି ଏବଂ ଛାତ୍ରୀ ନିବାସକୁ ଯଥାଶୀଘ୍ର ବନ୍ଦ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତିରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି। ଏହି ଅନୁଷ୍ଠାନ ସରକାରଙ୍କ ବିନା ଅନୁମତିରେ ଏବଂ କୌଣସି କାଗଜ ପତ୍ର ନଥାଇ ଦୀର୍ଘ ୧୮ ବର୍ଷ ହେଲା ବଲାଙ୍ଗୀର ଜିଲ୍ଲା ତଥା ରାଜ୍ୟର ୨୨ ଟି ଜିଲ୍ଲାରେ ଚାଲୁଛି ବୋଲି କୁହାଯାଉଛି। ଏହି ଅନୁଷ୍ଠାନ ବିଦେଶରୁ ଗରିବ ପିଲାଙ୍କୁ ପାଠ ପଢ଼ାଇବା ଦେଖାଇ ପ୍ରଚୁର ପରିମାଣ ର ଅର୍ଥ ଆଣି ଆତ୍ମସାତ କରିବା ସହ ଏଠି ନାବାଳିକା ମାନଙ୍କୁ ଅସଦାଚରଣ କରୁଛନ୍ତି ତତ୍ ସହିତ ଅନେକ ଅନୈତିକ କାର୍ଯ୍ୟ କରୁଛନ୍ତି। ଆହୁରି ମଧ୍ୟ ଏଠି ଧର୍ମାନ୍ତିକରଣ ମଧ୍ୟ କରାଯାଉଛି। ଗତ ମାସ ତଥା ୧୮/୦୭/୨୦୨୫ ତାରିଖ ଦିନ ରାଜ୍ୟ ସରକାର ଏହି ସୋସାଇଟିର ଅଧୀନରେ ଥିବା ସମସ୍ତ ଛାତ୍ରୀନିବାସକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କେବଳ ଝାରସୁଗୁଡ଼ା, କଟକ ଏବଂ ଦେବଗଡ଼ ଜିଲ୍ଲାରେ ଏହାକୁ ବନ୍ଦ କରାଯାଇଛି। ଏଣୁ ଏହା ଉପରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ସହିତ ଛାତ୍ରୀ ନିବାସ ତୁରନ୍ତ ବନ୍ଦ କରିବା ଦାବୀ ନେଇ ଆଜି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଆଲୋଚନା କରାଯିବ ସହ ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହା ଉପରେ ଜିଲ୍ଲା ପ୍ରଶାସନ ଯଥାଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଜୋରଦାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.