କାଣ୍ଡାମା ଗାଁର ବୃଦ୍ଧ ନିଖୋଜ ପ୍ରସଙ୍ଗ: ହତ୍ୟା ସନ୍ଦେହ, ପୋଲିସର ତଦନ୍ତ ନେଇ ପରିବାର ଅସନ୍ତୋଷ

ଓଡ଼ିଆ ବାର୍ତ୍ତା /କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ଥାନା ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ କାଣ୍ଡାମା ଗାଁର ଜଣେ ବୃଦ୍ଧା ଗତ ୩୦ ତାରିଖରୁ କୌଣସି ପତ୍ତା ମିଳୁ ନାହିଁ। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ତାଙ୍କ ପୁଅ ମୁରଲୀ ପାତ୍ର ଗତ ୩୧ ତାରିଖରେ ବିଶ୍ଵନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଅଭିଯୋଗର ପାଞ୍ଚ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ଠିକ ଭାବରେ ତଦନ୍ତ କରୁନଥିବା ନେଇ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ କାଣ୍ଡାମା ଗ୍ରାମର ରଘୁ ପାତ୍ର(୬୦) ଗତ ୩୦ ତାରିଖ ସନ୍ଧ୍ୟା ୭ ଘଣ୍ଟା ସମୟରେ କୌଣସି କାରଣରୁ ନିକଟସ୍ଥ ବଣ୍ଡେଲ ଗ୍ରାମକୁ ଯାଉଛି ବୋଲି ପରିବାର ଲୋକଙ୍କୁ କହି ଘରୁ ବାହାରିଥିଲେ। କିନ୍ତୁ ସେଦିନ ସେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ପରଦିନ ସକାଳେ ଆଖପାଖ ଗାଁରେ ଖୋଜଖୋଜି କରିଥିଲେ। କିନ୍ତୁ ବୃଦ୍ଧଙ୍କ କୌଣସି ସନ୍ଧାନ ମିଳିନଥିଲା। ୩୧ ତାରିଖରେ ତାଙ୍କ ପୁଅ ମୁରଲୀ ପାତ୍ର ବିଶ୍ଵନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଅଭିଯୋଗର ଦୀର୍ଘ ଦିନ ବିତି ଯାଇଥିଲେ ହେଁ କୌଣସି ସନ୍ଦାନ ମିଳି ପାରିନାହିଁ କି ପୋଲିସର କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଫଳରେ ପୋଲିସର ତଦନ୍ତକୁ ନେଇ ପରିବାରରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆଜି ପୁଣି କାଣ୍ଡାମା ଗ୍ରାମର ୨୦ରୁ ଉର୍ଦ୍ଧ ମହିଳା ମାନେ ବିଶ୍ୱନାଥପୁର ଥାନାର ଦ୍ୱାରସ୍ତ ହୋଇ ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୁହାରି କରିଛନ୍ତି। ଯଦି ସଠିକ ତଦନ୍ତ ନ କରାଯାଏ ଆସନ୍ତା କାଲି କଳାହାଣ୍ଡି ଏସପିଙ୍କ ଦ୍ୱାରସ୍ତ ହେବୁ ବୋଲି ପରିବାର ଲୋକେ ମତପ୍ରକାଶ କରିଛନ୍ତି। ଏନେଇ ବିଶ୍ୱନାଥପୁର ଥାନା ଅଧିକାରୀ ତୁଳସୀ ରାମ ଶବରଙ୍କୁ ପଚାରିବାରୁ ଆଜି ପୁଣି ପରିବାର ଲୋକେ ଥାନାକୁ ଆସିଥିଲେ ଆମେ ଏଇ ସମ୍ପର୍କରେ ଏସଡିପିଓଙ୍କୁ ଜଣାଇଛୁ କାଲିଠୁ ପୁଣି ତଦନ୍ତ ଆରମ୍ଭ ହେବ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.