ମୋବାଇଲ ଫୋନରେ ଷ୍ଟାଟସ୍ ଦେଇ ଟ୍ରେନ ଆଗକୁ ଡେଇଁ ପଡ଼ିଲେ ଯୁବକ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୈାଡ): ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ଶାନ୍ତି ପଡ଼ାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଶାନ୍ତି ପଡ଼ାର ଜଣେ ବିବାହିତ ଯୁବକ ଟ୍ରେନ୍‌ ଟ୍ରାକ୍‌ରେ ଆତ୍ମହତ୍ୟା କରିଥିବା ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ହ୍ୱାଟ୍‌ସ୍‌ ଅପ୍‌ରେ ଫେମିଲିର ଷ୍ଟାଟ୍‌ସ୍‌ ଦେବା ସହ ନିଜ ସ୍ତ୍ରୀ ଓ ତାଙ୍କ ବଡ଼ ଭାଇକୁ ସରି ଆଇ କୁଇଟ୍‌ ମାଇଁ ଲାଇଭ୍‌ କହି ଜୀବନ ହାରି ଦେଇଛନ୍ତି ଯୁବକ ଜଣକ। ଯୁବକ ଜଣକ ବଲାଙ୍ଗିର ସହରର ଶାନ୍ତିପଡ଼ାର ପ୍ରେମରାଜ ଭୋଇ ଓ ସେ ସହରର ଜଣାଶୁଣା ଓମ୍‌ ମିକ୍ସଚର ଆଣ୍ଡ ସୁଇଟ୍‌ରେ କାମ କରୁଥିଲେ। ନିତିଦିନ ଭଳିଆ ଯେମିତି ଡ଼୍ୟୁଟି ଯାଆନ୍ତି ପ୍ରେମରାଜ ସେଭଳି ଡ଼୍ୟୁଟି ଯାଇ ଘରକୁ ଆସି ତାଙ୍କ ଦୁଇ ଛୁଆଙ୍କୁ କୋଚିଙ୍ଗରୁ ଘରକୁ ଆଣିଥିଲେ ଓ ସେ ପୁଣି ଡ଼୍ୟୁଟି ଯାଉଛି କହି ଘରୁ ବାହାରିଥିଲେ। ହେଲେ ସେ ଆଉ ଘରକୁ ଫେରି ନଥିଲେ। ବହୁ ଖୋଜାଖୁଜି କଲା ପରେ ମଧ୍ୟ ଘର ଲୋକେ ଆଉ ପାଇ ନଥିଲେ। ଶେଷରେ ବଲାଙ୍ଗିର ସହର ଠାରୁ ୧୦ କିଲୋମିଟର ଦୂରରେ ଥିବା ଶଙ୍କର ଭୋଜି ରେଳ ଟ୍ରାକ୍‌ରେ ପ୍ରେମରାଜ ନୀଜର ଜୀବନ ହାରି ଦେଇଥିବା ଘର ଲୋକ ଜାଣିବାକୁ ପାଇଥିଲେ। ବଲାଙ୍ଗିର ରେଲେୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସପିଟାଲ ସ୍ଥିତ ଶବ ବବ୍ୟଚ୍ଛେଦ ଗୃହକୁ ପଠାଇଦେଇଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍‌ଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ତେବେ ଏମିତି କ’ଣ ହେଲା ଯେ, ପ୍ରେମରାଜ ନିଜ ଜୀବନ ହାରିବାକୁ ବାଧ୍ୟ ହୋଲେ, ପରିବାର ଲୋକେ ସହଜରେ ଗ୍ରହଣ କରିପାରିନାହାନ୍ତି। କ’ଣ ରହିଛି ଏହା ପଛର କାରଣ, ହଟାତ କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ।‌ଘଟଣାର ତଦନ୍ତ ପରେ ପୁରା ଘଟଣାର ସତ୍ୟତା ସାମ୍ନାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.