ଭାଜପା ଚ଼ଣ୍ଡେଶ୍ବର ମଣ୍ଡଳ ପକ୍ଷରୁ ସେବାପକ୍ଷ ପାଳନର କର୍ମଶାଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ଆଜି ଶୋରଣ କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି ଚ଼ଣ୍ଡେଶ୍ବର ମଣ୍ଡଳ ପକ୍ଷରୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ପାଳନ ଉପଲକ୍ଷେ ସେପ୍ଟେମ୍ବର ୧୭ ରୁ ଅକ୍ଟବେର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସେବାପକ୍ଷ କାର୍ଯ୍ୟକ୍ରମର କର୍ମଶାଳା ଚ଼ଣ୍ଡେଶ୍ବର ମଣ୍ଡଳ ଭାଜପା ସଭାପତି ଶ୍ରୀ ସମର ରଞ୍ଜନ ସୁବୁଦ୍ଧିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାରେ ଅତିଥି ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ଲୋତକବିନ୍ଦୁ ପଟ୍ଟନାୟକ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ଉପାଧ୍ୟକ୍ଷ ଶ୍ରୀ ଅରୁଣ ପଟ୍ଟନାୟକ,ପୁରୀ ଲୋକସଭା ସାଂସଦଙ୍କ ଚ଼ିଲିକା ବ୍ଲକ ପ୍ରତିନିଧି ଶ୍ରୀ ଦୀନବନ୍ଧୁ ସାହୁ ଯୋଗଦେଇ ମଣ୍ଡଳ ସ୍ତରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ରକ୍ତଦାନ ଶିବିର ଆୟୋଜନ, ସ୍ବଚ୍ଛ ଭାରତ ଅଭିଯାନ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ, ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯିବା ସହ ମୋଦିଜୀଙ୍କ ଜୀବନୀ ଉପରେ ପୁସ୍ତକ ବଣ୍ଟନ ଆଦି କାର୍ଯ୍ୟକ୍ରମ କରିବା ପାଇଁ ବିସ୍ତୃତ ଭାବେ ଆଲୋଚ଼ନା କରିଥିଲେ। ଏହି କର୍ମଶାଳାରେ ଶୋରଣ ସରପଞ୍ଚ ଶ୍ରୀ ଶେଷଦେବ ବେହେରା, ହାରବରଡ଼ିହ ସରପଞ୍ଚ ଶ୍ରୀ ହୁଲ୍ଲାସ ବେହେରା, ମାନସିଂହପୁର ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ରତ୍ନାକର ବେହେରା,କଳକଳେଶ୍ବର ପଞ୍ଚାୟତର ସମିତିସଭ୍ୟାଙ୍କ ପ୍ରତିନିଧି ଶ୍ରୀ ନରେନ୍ଦ୍ର ବିଶ୍ବାଳ, ଜରିପଡ଼ା ଗ୍ରା:ପ ର ଦୃଢ଼ ସଂଗଠକ ଶ୍ରୀ ତ୍ରିଲୋଚନ ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.