ଖଡ଼ଗପୁର ୟାର୍ଡ୍‌ରେ ଟ୍ରାଫିକ ଓ ପାୱାର ବ୍ଲକ୍‌ ଯୋଗୁଁ ଟ୍ରେନ୍ ସେବା ପ୍ରଭାବିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଦକ୍ଷିଣ-ପୂର୍ବ ରେଳବାଇର ଖଡ଼ଗପୁର ବିଭାଗରେ ୧୩ ସେପ୍ଟେମ୍ବରରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଟ୍ରାଫିକ-କମ୍-ପାଓ୍ଵାର ବ୍ଲକ୍‌ ହେବ। ଖଡ଼ଗପୁର ୟାର୍ଡ୍‌ର ପଶ୍ଚିମ ପ୍ରାନ୍ତରେ ପଏଣ୍ଟ୍‌ ନମ୍ବର ୨୯୭ ‘ଏ: ଏବଂ ‘ବି’ର ଲେଆଉଟ୍ ମରାମତି କାମ ପାଇଁ ଏହି ବ୍ଲକ୍‌ ନିର୍ଦ୍ଧାରିତ ହୋଇଛି। ରେଳ ସୂତ୍ରରୁ ପ୍ରକାଶ, ଏହି ସମୟ ସୀମା ମଧ୍ୟରେ ଦୁଇଟି ଟ୍ରେନ୍‌ ବାତିଲ୍‌ ହେବ। ଏହାଦ୍ବାରା ଟ୍ରେନ୍ ନଂ ୧୮୦୨୧ ଖଡ଼ଗପୁର–ଖୋର୍ଦ୍ଧା ରୋଡ୍‌ ଏକ୍ସପ୍ରେସ୍‌ ଓ ୧୮୦୨୨ ଖୋର୍ଦ୍ଧା ରୋଡ୍‌–ଖଡ଼ଗପୁର ଏକ୍ସପ୍ରେସ୍‌ ୧୩ ଓ ୧୪ ସେପ୍ଟେମ୍ବରରେ ଚଳାଚଳ କରିବ ନାହିଁ। ସେହିପରି, ୬୮୪୪୨ ପୁରୀ–ଜଳେଶ୍ୱର ମେମୁ, ଯାହା ୧୩/୧୪ ସେପ୍ଟେମ୍ବର ଓ ୧୪/୧୫ ସେପ୍ଟେମ୍ବରରେ ଚାଲିବାକୁ ଥିଲା, ସେହି ଟ୍ରେନ୍‌ଟି ବାଲେଶ୍ୱର ପର୍ଯ୍ୟନ୍ତ ଚଳାଚଳ କରିବ। ଏଥିପାଇଁ ଦକ୍ଷିଣ ପୂର୍ବ ରେଳପଥ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ନିମନ୍ତେ ଦୁଃଖ ପ୍ରକାଶ କରିବା ସହ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ସୁରକ୍ଷା ଓ ଖଡ଼ଗପୁର ୟାର୍ଡ୍‌ର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଏହି ବ୍ଲକ୍‌ ଅତ୍ୟାବଶ୍ୟକ ଅଟେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.