ଯୁରାବନ୍ଧ ଠାରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଯୁରାବନ୍ଧ ଠାରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ବୃକ୍ଷ ରୋପଣ ହୋଇଯାଇଛି | ଫାଉଣ୍ଡେସନ ସିଆରପି ପଦ୍ମିନୀ ଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏଏନଏମ ସଂଯୁକ୍ତା ସାହୁ, କୃଷକ ସାଥି ବସୁଦେବ ଧରୁଆ, ଗ୍ରାମ ସାଥି ନରସିଂହ ଧରୁଆ, ୱାର୍ଡ ସଭ୍ୟ ଲୀଳାବତୀ ବରିହା, ଇସି ମେମ୍ବର ସମାରୀ ବରିହା, ସତ୍ୟଭାମା ବରିହା ଅତିଥି ଭାବେ ଯୋଗଦେଇ ଉତ୍ସାହ ପ୍ରଦାନ କରିଥିଲେ | ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ | ପୂର୍ଣ୍ଣ ଧରୁଆ, ଗୌତମ ଭୁଏ, ସୁଶାନ୍ତ ଭୁଏ, ହରେକୃଷ୍ଣ ମଲ୍ଲିକ, ଅନାବ ଷାଣ୍ଢ, ଗୋପାଳ ଭୋଇ, ସଦାନନ୍ଦ ରାଜପଲିଆ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ସମୁଦାୟ ୧୦୦୦ ଚାରା ରୋପଣ କରାଯାଇଥିଲା | ଶେଷରେ କୃଷକ ସାଥି ବସୁଦେବ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.