ଲକ୍ଷ୍ନୌ ପାରା ବେଡମିଣ୍ଟନ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ବିଜେତା ଅଜୟଙ୍କୁ ନିଜ ଗାଁ ସର୍ଗିଗୁଡାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ର ଅଜୟ କୁମାର ପଧାନ ଗତ ତା ୮/୯ ରେ ଲକ୍ଷ୍ନୌ ରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ପାରା ବେଡମିଣ୍ଟନ ପ୍ରତିଯୋଗିତାରେ ଓଡିଶା ପାଇଁ ପ୍ରତିନିଧିତ୍ଵ କରି ବ୍ରୋଞ୍ଜ ପଦକ ପାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେ ଭୁବନେଶ୍ୱରରୁ ଆଜି ଫେରି ଗାଁ ରେ ପହଞ୍ଚିବା ପରେ ସର୍ଗିଗୁଡା ରେଳବାଇ ଫାଟକ ରୁ ତାଙ୍କୁ ଗାଁ ର ମହିଳା, ଯୁବକ ଓ ଜନ ସାଧାରଣଙ୍କ ତରଫରୁ ବାଣ ଫୁଟାଇ ଏକ ଭବ୍ୟ ପଟୁଆରରେ ପଛୋଟି ନେଇଆସି କଳସ ସ୍ଥାପନା କରି, ପାଦ ଧୋଇ ବନ୍ଦାପନା କରି ଗ୍ରାମ ପରିକ୍ରମା କରାଇଥିଲେ। ବ୍ରୋଞ୍ଜ ପଦକ ବିଜେତା ଶ୍ରୀ ପଧାନ ଘର ଘର ଯାଇ ସମସ୍ତଙ୍କ ଆଶୀର୍ବାଦ ନେଇଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ପଧାନ ଙ୍କ ଅଜା ମୋହନ ସାହୁ, ମାମୁଁ ଯତୀନ୍ଦ୍ର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ସଞ୍ଜୟ କୁମାର ନାଏକ ଙ୍କ ସମେତ ତାଙ୍କର ସମ୍ପର୍କୀୟ ଦାଦା, ଖୁଡ଼ି, ମାମୁଁ, ମାଇଁଙ୍କ ସହ ବହୁ ସଂଖ୍ୟାରେ ମହିଳା ଉପସ୍ଥିତ ରହି ସ୍ୱାଗତ ସମ୍ୱର୍ଦ୍ଧନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ।ମୋର ଗ୍ରାମବାସୀ, ପରିବାର ସ୍ଵଜନ, ମାମୁଁ ମାଇଁ, ମାଙ୍କ ଆଶୀର୍ବାଦ ଓ ମୋର କୋଚ୍ ଶିବ ପ୍ରସାଦ ଦାସ, ନର୍ଲା ବେଡମିଣ୍ଟନ ଆସୋସିଏସନର ସଭାପତି ସୁବୋଧ(ଟିଟୁ)ମିଶ୍ର, ନର୍ଲା ବିଡିଓ ବିପିନ ବିହାରୀ ଦୀପ ଙ୍କ ବିଶେଷ ସହଯୋଗ ପାଇ ଆଜି ମୁଁ ଏ ସଫଳତା ପାଇପରିଛି ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ବ୍ରୋଞ୍ଜ ପଦକ ବିଜେତା ଶ୍ରୀ ପଧାନ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.