ରୁପ୍ରାରୋଡରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ୨.୦

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ସେପ୍ଟେମ୍ବର ୧୭ରେ ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନରେ ଓଡ଼ିଶାରେ ୭୫ ଲକ୍ଷରୁ ଅଧିକ ଚାରାରୋପଣ କରାଯିବାର ଲକ୍ଷ୍ୟ ରହିଛି। କଳାହାଣ୍ଡିରେ ମଧ୍ୟ ଏହି ଦିନକ ମଧ୍ୟରେ ୬ ଲକ୍ଷ ବୃକ୍ଷରୋପଣ କରାଯିବ। ଏହି କ୍ରମରେ ମା ପାଇଁ ଗଛଟିଏ ୨.୦ ଅଭିଯାନ ନର୍ଲା ବ୍ଲକର ରୁପ୍ରାରୋଡ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ପର୍ଯ୍ୟବେକ୍ଷକ ଭାବେ ଏପିଡି ଡିଆରଡିଏ ଦୁର୍ଯ୍ୟୋଧନ ଭୋଇ, ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଳକ୍ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ବିଡ଼ିଓ ବିପିନ ବିହାରୀ ଦୀପ, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ରୁପ୍ରାରୋଡ ହାଇସ୍କୁଲର ପ୍ରଧାନଶିକ୍ଷକ ଅଭୟ ଗଡତିଆ ପ୍ରମୁଖ ଉପସ୍ଥିତ ରହି ରୁପ୍ରାରୋଡ ହାଇସ୍କୁଲ ପଡ଼ିଆ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ସାମିଲ ହୋଇ ଚାରା ରୋପଣ କରିଥିଲେ। ଏହି ଅବସରରେ ଏକ ଜନସଚେତନତା ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ରୁପ୍ରାରୋଡ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ ଏବଂ ଏଡିଇଓ ଭୁବନେଶ୍ୱର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.