ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲାକୁ ଅପରାଧ ମୁକ୍ତ କରିବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ବଙ୍ଗଳାଦେଶୀ ଓ ରୋହିଙ୍ଗିଆ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଜିଲ୍ଲାରୁ ବାହାର କରିବା ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସଭାପତି ଶାନ୍ତନୁ କୁମାର ମୁଣ୍ଡଙ୍କ ନେତୃତ୍ୱରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ସେବକ ରାମ ସାହୁ, କଳାହାଣ୍ଡି ଓ କୋରାପୁଟ ବିଭାଗ ସଙ୍ଗଠନ ମନ୍ତ୍ରୀ ରାମଚନ୍ଦ୍ର ନାଏକ, ଜିଲ୍ଲା ବିମର୍ଶ ପ୍ରମୁଖ ଦେବୀ ପ୍ରସାଦ ଦାଶ, ଜିଲ୍ଲା ବୁଦ୍ଧିଜୀବୀ ପ୍ରମୁଖ କୃଷ ମୋହନ ଯୋଷୀ, ସଦର ସଭାପତି ସନ୍ତୋଷ କୁମାର ଦାସ, ସମ୍ପାଦକ ଲଛିଆ ପାତ୍ର ଜିଲ୍ଲା ମିଳନ କେନ୍ଦ୍ର ପ୍ରମୁଖ ଶ୍ରୀମନ୍ତ ପଟେଲ, ଭବାନୀପାଟଣା ନଗର ସଭାପତି ସୁନୀଲ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।





