ଖପ୍ରାଖୋଲ କ୍ଲଷ୍ଟରସ୍ତରୀୟ ଷଷ୍ଠ ମାସିକ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଖପ୍ରାଖୋଲ: ପୁଟକେଲ ଚୁଆଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ସିଆରସିସି ପ୍ରଦୀପ କୁମ୍ଭାରଙ୍କ ନେତୃତ୍ବରେ ତଥା ପ୍ରଧାନ ଶିକ୍ଷକ ଘନଶ୍ୟାମ ପସାୟତଙ୍କ ସଭାପତିତ୍ୱରେ ଖପ୍ରାଖୋଲ କ୍ଲଷ୍ଟର ସ୍ତରୀୟ ଷଷ୍ଠ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରଥମ ପର୍ଯ୍ୟାୟରେ ଏବିଇଓ ତଥା ବିଆରସିସି ରୁଦ୍ରଦେବ ଷଡଙ୍ଗୀ ଅତିଥି ରୂପେ ଯୋଗ ଦେଇ ଅନେକ ଶିକ୍ଷୟୀଣ ବାର୍ତ୍ତା ପ୍ରଦାନ କରିବା ସହିତ ଡ୍ରପଆଉଟ୍ ରୋକିବାକୁ, ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ନିଜ ଦାୟିତ୍ୱ ସୂଚାରୁରୂପେ ତୁଲାଇବାକୁ ପରାମର୍ଶ ଦେଇଥିଲେ । ସିଆରସିସି ଶ୍ରୀ କୁମ୍ଭାର ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀ ତଥା ଏଫ୍.ଏଲ.ଏନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ପଢିବା, ଗଢିବା ଓଡିଶା, ନଭେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ବହୁ ଶ୍ରେଣୀ ପରିଚାଳନା ଭାଷା ଓ ସଂଖ୍ୟାଜ୍ଞାନ – ପାଠଟୀକା ଓ ଶିକ୍ଷକଙ୍କ ଗତିବିଧି ଯୋଜନା ପ୍ରସ୍ତୁତି ଓ ଉପସ୍ଥାପନା, ଶିକ୍ଷଣ ସୋପାନ ରେଜିଷ୍ଟର, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ର ବାର୍ଷିକ ପରୀକ୍ଷା, ସମସ୍ତ ବିଷୟ ଠିକ୍ ସମୟ ରେ ସାରିବା, ଆଦି ବିଷୟରେ ଆଲୋଚନା କରିଥିଲେ । ଏଇ ଅବସରରେ ଉକ୍ତ ବୈଠକରେ ଖପ୍ରାଖୋଲ କ୍ଲଷ୍ଟରର ପୂର୍ବତନ ସିଆରସିସି ଶ୍ରୀପତି କୁମ୍ଭାରଙ୍କୁ ବିଦାୟକାଳୀନ ଓ ନୂତନ ସିଆରସିସି ପ୍ରଦୀପ କୁମ୍ଭାରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସଭାରେ ଖପ୍ରାଖୋଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କ୍ଷିରୋଦିନି ଭୋଇ, ଚାଉଳବାଞ୍ଜି ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଧିର କୁମାର ନାଗ, ପୁଟକେଲ ଚୁଆଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଘନଶ୍ୟାମ ପସାୟତ, ଘୁନସର ବିଦ୍ୟାଳୟର ପ୍ରଧାନଶିକ୍ଷକ ଧରମ ସିଂ ଧରୁଆ, କୁର୍ଲୁମାଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସୁଦେବ ଆଚାର୍ଯ୍ୟ, ଭେଲୁଆଁ ଖୋଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଜେନ୍ଦ୍ର ସିଂ ବରିହା ପ୍ରମୁଖ ପୂର୍ବତନ ସିଆରସିସିଙ୍କ ଗୁଣ ଗାନ କରିବା ସହିତ ତାଙ୍କୁ ପ୍ରଂଶସା ପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ଓ ନୂତନ ସିଆରସିସି ପ୍ରଦୀପ କୁମ୍ଭାରଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ବାଗତ କରିଥିଲେ । ଏହି ସଭାରେ ଖପ୍ରାଖୋଲ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିବା ସହିତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମନୋରମା ନାଏକ, ମୋତିଲାଲ ତାଣ୍ତି, ଜଗନ୍ନାଥ ପାଣ୍ଡେ, ଚିନ୍ତାମଣି ଧରୁଆ, ବିଜୟ କୁମାର ପଟେଲ, ଲିଜା ଭୋଇ, ଚନ୍ଦ୍ରକାନ୍ତି ଧରୁଆ, ରୀନା ପାତ୍ର, ଫିରୋଜ ରାଉତ ଉପସ୍ଥିତ ଥିଲେ । ଶେଷରେ ପ୍ରଧାନଶିକ୍ଷକ ବସୁଦେବ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.