ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ଥାନୀୟ ଜ୍ୟୋତି ଫାର୍ମ ଠାରେ କଳାହାଣ୍ଡି ଟ୍ରେନିଂ କଲେଜର ୨୦୦୦ ବେଚ୍ ପୁରାତନ ଛାତ୍ରଙ୍କ ଦ୍ବିତୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ୨୫ ବର୍ଷ ତଳର ସ୍ମୃତିକୁ ସେମାନେ ଉପସ୍ଥାପିତ କରିଥିଲେ ନିଜ ନିଜ ସ୍ମୃତିଚାରଣରେ। ଏଥିରେ ଉପସ୍ଥିତ ବନ୍ଧୁମାନେ ପରସ୍ପର ପ୍ରତି ଭାତୃତ୍ଵଭାବ, ସ୍ନେହ ଓ ଶ୍ରଦ୍ଧା ବାଣ୍ଟିଥିଲେ। ଏଥିରେ ନରୋତ୍ତମ ଭୋଇ, ଟଙ୍କଧର ନିଆଲ, ମନୋଜ ସାହୁ, ଶୁଭଶ୍ରୀ ସାହୁ, ସସ୍ମିତା ପଣ୍ଡା, ଭୁବନେଶ୍ୱର ସାହୁ, ହୃଷୀକେଶ ଶବର, ଅଭୟ ଗଡତିଆ, ଖୁଲେଶ୍ୱର ସାହୁ, ମୀନକେତନ ଶବର, ଗୋପବନ୍ଧୁ ମାଝୀ, ଦୟାନିଧି ବିଭାର, ଭବାନୀ ଶଙ୍କର ପଣ୍ଡା, ରମଣୀ ରଞ୍ଜନ ମୁଣ୍ଡ, କନ୍ଦର୍ପ ମେହେର ଓ ସୁଧାଂଶୁ ଗୁରୁ ପ୍ରମୁଖ ପୁରାତନ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।





