ମହାବୀର ସେନା ତରଫରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଇସାଣିବର୍ହଂପୂର୍ (ଜଗନ୍ନାଥ ଆଚାର୍ଯ୍ୟ): ସ୍ୱେଚ୍ଛାସେବୀ ସଂଗଠନ ମହାବୀର ସେନା ତରଫରୁ ଇସାଣିବର୍ହଂପୂର୍ ପଞ୍ଚାୟତର ୪ ନମ୍ୱର୍ ୱାର୍ଡ ରେ ସଂଗଠନ ତରଫରୁ ପ୍ରଚଣ୍ଡ ଶୀତ କୁ ଦେଖି ପ୍ରାୟ ୧୫ ଟି ପରିବାରକୁ କମ୍ବଳ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପରିବାରର ମହିଳା ମାନେ ଯୋଗଦେଇ କମ୍ବଳ ନେଇଥିଲେ। ମହାବୀର ସେନା ତାର ସେବା କାର୍ଯ୍ୟକ୍ରମ ଆଜିକୁ ୨ ବର୍ଷ ପୂର୍ବରୁ ଜାରି ରଖିଛି ଯଥା ବୃକ୍ଷ ରୋପଣ, କମ୍ବଳ ଶୀତ ବସ୍ତ୍ର ବଣ୍ଟନ, ବୃଦ୍ଧା ଶ୍ରମରେ ଖାଦ୍ୟ ବଣ୍ଟନ, ଚାରା ବଣ୍ଟନ,ବୋଲବମ୍ ଭକ୍ତଙ୍କୁ ଖାଦ୍ୟ ବଣ୍ଟନ ଆଦି କାର୍ଯ୍ୟକ୍ରମ କରିଆସୁଛି। ଏହି କାର୍ଯ୍ୟକ୍ରମରେ ସଦସ୍ୟ ସ୍ଥାନୀୟ ବସନ୍ତ ମଲ୍ଲିକ, ଦେବାଶିଷ ତ୍ରିପାଠୀ, ତପନ ସ୍ୱାଇଁ, ସାଗର ବିଶୋଇ, କାଶୀନାଥ ସ୍ୱାଇଁ, ମନୋଜ ଦାସ, ଗୋବର୍ଦ୍ଧନ ଖୁଣ୍ଟିଆ, କୈଳାଶ ଭାଇ, ତପନ ନାୟକ, କ୍ଷୀରୋଦ ମହାପାତ୍ର,ପବିତ୍ର ଦାସ,ଦିଲୀପ ମହାନ୍ତି,ଜୟନ୍ତ ଦାସ,ରାକେଶ ସେଠୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ। ସେନାର ବରିଷ୍ଠ ସଦସ୍ୟ ବୈଷ୍ଣବ ଚରଣ ଗାୟା ଓ ରଞ୍ଜନ ବିଶୋଇ ସେନାର କାର୍ଯ୍ୟକ୍ରମ କୁ ଆଗକୁ ବଢେଇବା ଓ ସାମାଜିକ କାର୍ଯ୍ୟକ୍ରମ ଜାରିରଖିବା ପାଇଁ ସମସ୍ତ ସଦସ୍ୟଙ୍କୁ ଉପଦେଶ ଦେଇଥିଲେ। ଶେଷରେ ସେନାର ଯୁବ ସଦସ୍ୟ କିରଣ ଚନ୍ଦ୍ର ସାହୁ ଧନ୍ୟବାଦ୍ ଦେଇ କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.